ଲତା ମଙ୍ଗେସରଙ୍କ ସ୍ମୃତିରେ କ୍ୟାଣ୍ଡେଲ ଯାତ୍ରା

ଦାରିଙ୍ଗବାଡ଼ି,୧୦/୨ : ସିମନବାଡ଼ି ଗ୍ରାମବାସୀଙ୍କ ତରଫରୁ ସିମନବାଡ଼ି ବଜାର ଠାରେ ଲତା ମଙ୍ଗେସକରଙ୍କ ସ୍ମୃର୍ତିରେ ଏକ ସ୍ମୃତିସଭା ଆୟୋଜନ ହୋଇଯାଇଛି । ପ୍ରଥମେ ଗ୍ରାମବାସୀ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଜୁଡାବାଡ଼ି ଶିବ ମନ୍ଦିରରୁ ବାହାରି ସିମନବାଡ଼ି ବଜାରରେ ପହଂଚି କଣ୍ଠଶିଳ୍ପୀ ଭାରତରତ୍ନ ଲତା ମଙ୍ଗେସରଙ୍କ ସ୍ମୃର୍ତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁର୍ମେ ନାୟକ, ପ୍ରାଂଚିସ ପ୍ରଧାନ, ସୁନୀଲ ସୁବୁଦ୍ଧି ଲତା ମଙ୍ଗେସକରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜେଶ ସାହୁ, କେଶବ ପୂଜାରୀ, ବିଶ୍ୱଜିତି ଚୌଧୁରୀ, ମାନଶୀ ନାୟକ, ଦିଲୀପ ମହାପାତ୍ର, ନୀଳନ୍ଦ୍ରୀ ପ୍ରଧାନୀ ପ୍ରମୁଖ ଏକାଧିକ ଲୋକ ସ୍ମୃର୍ତିଚାରଣ କରିବା ସହ ନିରବ ପ୍ରାର୍ଥନା କରିଥିଲେ ।

nis-ad
Leave A Reply

Your email address will not be published.