ରଣଜୀ ପାଇଁ ଅହମ୍ମଦାବାଦ ଅଭିମୁଖେ ବାହାରିଲା ଓଡିଶା କ୍ରିକେଟ ଟିମ୍

କଟକ: ରଣଜୀ ଅଭିଯାନ ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କଲା ଓଡିଶା ଦଳ । 17 ତାରିଖରେ ଗୋଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଟିମ ଓଡିଶା । ତେବେ ଏହି ଗସ୍ତ ପରେ 10 ରୁ 14 ତାରିଖ ପର୍ଯ୍ୟନ୍ତ କ୍ଵାରେଣ୍ଟଇନରେ ରହିବ ଦଳ ।

ଏହାପରେ ଦୁଇ ଦିନିଆ ଅଭ୍ୟାସ କରିବ ଶୁଭ୍ରାଂଶୁ ବାହିନୀ । ଚଳିତ ରଣଜୀ ସଂସ୍କରଣରେ ଓଡିଶା ଡି ଗ୍ରୁପରେ ରହିଛି । ପ୍ରଥମ ମ୍ୟାଚରେ ଗୋଆକୁ ଭେଟିବାକୁ ଥିବାବେଳେ ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ସୌରାଷ୍ଟ୍ର ଓ ମୁମ୍ବାଇକୁ ଭେଟିବ ଓଡିଶା ଟିମ୍ । ତେବେ ଏଇ ଗସ୍ତ ପୂର୍ବରୁ 20 ଜଣିଆ ଟିମ ଘୋଷଣା କରିଥିଲା ଓଡିଶା କ୍ରିକେଟ ସଂଘ । ଯେଉଁଥିରେ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଥିଲା ଅଧିନାୟକ ଭାର ।

nis-ad
Leave A Reply

Your email address will not be published.