କ୍ୟାନ୍‌ସର ଭୟ, ବ୍ୟାନ୍‌ ହେବ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର !

ନୂଆଦିଲ୍ଲୀ: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ସାଧାରଣତଃ ଛୋଟ ପିଲାମାନଙ୍କ ଠାରେ ବ୍ୟବହାର ହୁଏ। ଆଜିକାଲି ଏହି ପାଉଡରକୁ ବୟସ୍କମାନେ ମଧ୍ୟ ବ୍ୟବହାର କରୁଛନ୍ତି। ଏହା ବେଶ୍‌ ଚିକ୍କଣ ଏବଂ ପତଳା ପାଉଡର ହୋଇଥିବାରୁ ମାର୍କେଟ୍‌ରେ ଏହାର ଚାହିଦା ମଧ୍ୟ ଢ଼େର ଅଧିକା ରହିଛି। ଆଗକୁ ଏହି ବେବି ପାଉଡର କିନ୍ତୁ ବଜାରରୁ ଉଭେଇ ଯିବ। କାରଣ ଏହାର ବ୍ୟବହାରକୁ ନେଇ ଉଠିଛି ପ୍ରଶ୍ନ। ଏହି ବେବି ପାଉଡର କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିପଡିବା ପରେ, ଏହା ଉପରେ ସାରା ବିଶ୍ୱରେ ବ୍ୟାନ୍‌ କରିବାକୁ ଦାବି ହୋଇଛି।
ବ୍ରିଟେନରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ କମ୍ପାନୀର ଅଶିଂଦାରମାନେ ଏକାଠି ହୋଇ ପାଉଡର ବିକ୍ରି ଉପରେ ବିଶ୍ୱବ୍ୟାପୀ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ପାଉଡର ଯୋଗୁ କ୍ୟାନସର ହେଉଥିବା ଅଭିଯୋଗ ହୋଇଛି। ଏପରିକି ଏନେଇ ୩୪ରୁ ଅଧିକ ମାମଲା ରୁଜୁ ହୋଇଛି। ଅଧିକାଂଶ ମହିଳା ଏହି ମାମଲା ରୁଜୁ କରିଛନ୍ତି। ଏହି ବେବି ପାଉଡରର ବ୍ୟବହାର କରିବା ପରେ ଓଭାରିଆନ୍‌ କ୍ୟାନସର ହେଉଥିବା ସେମାନେ ଦାବି କରିଛନ୍ତି।
ଆମେରିକାରେ ଏହି ପାଉଡରରେ ଆଜବେସଟସର ଏକ ପ୍ରକାର କ୍ରେସୋଟାଇଲ ଫାଇବର ମିଳିଥିଲା, ଯାହା କ୍ୟାନସର ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା। ଏହା ଚର୍ମ କର୍କଟ ସୃଷ୍ଟି କରିପାରେ ବୋଲି ସନ୍ଦେହ କରାଯାଇଥିଲା। ଏହାପରେ ଏହି ପାଉଡରର ବିକ୍ରିରେ ହ୍ରାସ ଘଟିଥିଲା। ବିକ୍ରି କମ୍ ଦର୍ଶାଇ କମ୍ପାନୀ ୨୦୨୦ରେ ଆମେରିକା ଓ କାନାଡାରେ ଏହାର ବିକ୍ରି ବନ୍ଦ କରି ଦେଇଥିଲା । ହେଲେ ଏହା ଆଜିବି ବ୍ରିଟେନ ଓ ଭାରତ ସମେତ ଆହୁରି ଅନେକ ଦେଶରେ ଏହି ପାଉଡର ବିକ୍ରି ଜାରି ରହିଛି।

nis-ad
Leave A Reply

Your email address will not be published.