ଉଗ୍ର ହେଉଛି ହିଜାବ ବିବାଦ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥତି ଅଣାୟତ୍ତ ଆଡ଼କୁ ଅଗ୍ରସର ହେଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ତେଣୁ କର୍ଣ୍ଣାଟକରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ହାଇସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ସରକାର। ଏ ସମ୍ପର୍କରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ୍ ଏସ ବୋମାଇ ଟ୍ୱିଟ୍‌ କରି ଜଣାଇଛନ୍ତି। ଶାନ୍ତି ଏବଂଐକ୍ୟ ବଜାୟ ରଖିବା ପାଇଁ ରାଜ୍ୟର ସବୁ ହାଇସ୍କୁଲ ଏବଂ କଲେଜକୁ ଆସନ୍ତା ୩ ଦିନ ପାଇଁ ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ସମସ୍ତେ ସହଯୋଗ କରିବରକୁ ସେ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଏହି ମାମଲାରେ ଆଜି କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିଛନ୍ତି। କର୍ଣ୍ଣାଟକରେ ଉଡ଼ୁପିର ଏକ ସରକାରୀ କଲେଜରେ ହିଜାବ କଟକଣାକୁ ନେଇ ଜଣେ ଯୁବତୀ ହାଇକୋର୍ଟରେ ଅପିଲ କରିଥିଲେ।
ଏହା ଉପରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ। ସମ୍ବିଧାନ ଯାହା କହିବ ଆମେ ତାହା କରିବୁ। ତେବେ ଛାତ୍ରଛାତୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ହେବ।
ଆସନ୍ତାକାଲି ମଧ୍ୟ ଏହି ମାମଲାରେ ଶୁଣାଣି ଜାରି ରଖିବେ ହାଇକୋର୍ଟ । ଆଜି କୋର୍ଟରେ ଶୁଣାଣି ଆରମ୍ଭ ହେବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ସବୁ କଲେଜ ପ୍ରଶାସନ ଏବଂ ଛାତ୍ରଛାତ୍ରୀମନାଙ୍କୁ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ନିବେଦନ କରିଥିଲେ।
ସୂଚନା ମୁତାବକ, କର୍ଣ୍ଣାଟକର ଉଡୁପି, ଏମଜିଏମ କଲେଜରେ ହିଜାବ ପିନ୍ଧିବା ନେଇ ଛାତ୍ରଛାତ୍ରୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। କିଛି ଛାତ୍ରୀ ହିଜାବ ପିନ୍ଧି କଲେଜ ଅସିଥିବା ବେଳେ ସେମାନଙ୍କୁ ଶ୍ରେଣୀ ଗୃହକୁ ବାରଣ କରାଯାଇଥିଲା। ହେଲେ ଛାତ୍ରୀମାନେ ହିଜାବ ପିନ୍ଧି ଆସିବା ବନ୍ଦ କରି ନଥିଲେ। ଏହାକୁ ବିରୋଧ କରି କିଛି ବିରୋଧୀ ଛାତ୍ରଛାତ୍ରୀ ଗେରୁଆ ସ୍କାର୍ପ ପକାଇ କଲେଜ ଆସିଥିଲେ। ଏହାକୁ ନେଇ ସମଗ୍ର କର୍ଣ୍ଣାଟକରେ ବିବାଦ ତେଜିବାରେ ଲାଗିଛି।

nis-ad
Leave A Reply

Your email address will not be published.