କରୋନା ସଂକ୍ରମିତ ହେଲେ ନେହା ଭାସିନ୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ମାମଲା ବୃଦ୍ଦଇ ହେବାରେ ଲାଗିଛି । ଏଥିରୁ ମଧ୍ୟ ବାଦ ପଡୁନାହାନ୍ତି ଅଭିନେତା, ଅଭିନେତ୍ରୀ, ଗାୟକ ଓ ଗାୟିକାମାନେ । ଏହାରି ଭିତରେ ବିଗବସ୍ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମ ଷ୍ଟୋରୀରେ ୩ଟି ପୋଷ୍ଟ ସେ ସେୟାର କରିଛନ୍ତି । ପ୍ରଥମ ପୋଷ୍ଟରେ ସେ କୋଭିଜ ପଜିଟିଭ ହୋଇଥିବା ଲେଖିଛନ୍ତି । ସେହିପରି ଦ୍ୱିତୀୟ ଷ୍ଟୋରୀରେ ହେ ଭଗବାନ ମୁଁ ଗତ ୪୮ ଘଣ୍ଟା ଧରି ଜ୍ୱରରେ ଆକ୍ରାନ୍ତ ଅଛି ବୋଲି ଲେଖିଛନ୍ତି ।

ତୃତୀୟ ପୋଷ୍ଟରେ ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଆଉ ଖୁବ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଲେଖିଛନ୍ତି ।

nis-ad
Leave A Reply

Your email address will not be published.