ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରୀ ଘଟଣା: ୩ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ନୟାଗଡ଼ ପୋଲିସ୍ । ଆଜି ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ନୟାଗଡ ଟାଉନ୍ ଥାନା ପୋଲିସ୍ । ଗତ ଜାନୁଆରୀ ୨୮ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରୀ ହୋଇଥିଲା ।

ଯାହାକୁ ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ୍ । ଯାହାପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ନୟାଗଡ଼ ଜିଲ୍ଲାରେ ଏବେ ଶିଶୁ ଚୋରୀ ଘଟଣା ଜିଲ୍ଲା ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ବିଶେଷ ଭାବରେ ହସ୍ପିଟାଲରୁ ନବଜାତ ଶିଶୁ ମାନଙ୍କୁ ଚୋରୀ କରିବା ପାଇଁ ଏକ ର‌୍ୟାକେଟ୍ ସକ୍ରିୟ ଥିବା ପୋଲିସ୍ ଅନୂମାନ କରି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.