2023ରେ ରିଲିଜ ହେବ ସଲମାନ ଖାନଙ୍କ ଫିଲ୍ମ “କଭି ଇଦ୍ କଭି ଦିୱାଲୀ”

ହାଇଦ୍ରାବାଦ: ବଲିଉଡର ସୁଲତାନ ସଲମାନ ଖାନ ତାଙ୍କ ଫିଲ୍ମ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହା ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କ ଚଳଚ୍ଚିତ୍ର ଘୋଷଣା ହେବା ପରଠାରୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି ।

ଏବେ ସୂଚନା ଆସୁଛି ଯେ ସଲମାନ ଖାନଙ୍କ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଇଦ୍ ଅବସରରେ ଏହି ସିନେମା ମୁକ୍ତିଲାଭ କରିବ ।

ଏହି ସୂଚନା ଫିଲ୍ମ କିଟିକ୍ସ ଦ୍ବାରା ତରନ ଆଦର୍ଶ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ସାଜିଦ ନାଦିଆଡୱାଲା ଏବଂ ସଲମାନ ଖାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲୀ 2023 ମସିହାରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ନିର୍ମାତାମାନେ ଫିଲ୍ମ ରିଲିଜ ସମ୍ପର୍କରେ କୌଣସି ସୂଚନା ସେୟାର କରିନାହାଁନ୍ତି।

ପୂର୍ବରୁ ଏହି ଚଳଚ୍ଚିତ୍ରଟି 2021 ମସିହାରେ ଇଦ୍ ଅବସରରେ ମୁକ୍ତିଲାଭ କରିବାର ଥିଲା ​​। କିନ୍ତୁ କରୋନା ମହାମାରୀ ହେତୁ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା। ଏହି କାରଣରୁ ଫିଲ୍ମକୁ ସ୍ଥଗିତ ରଖାଯାଇଥିଲା। ଏହି ଚଳଚ୍ଚିତ୍ରରେ ପୂଜା ହେଗଡେ ସଲମାନ ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ସଲମାନ ଏବଂ ପୂଜାଙ୍କ ବ୍ୟତୀତ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଅଭିନେତା ଭେଙ୍କଟେଶଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ପାଇଁ ମୁମ୍ବାଇରେ ଏକ ବଡ ସେଟ୍ ନିର୍ମାଣ କରାଯାଇଛି । ସାଜିଦ ନାଦିଆଡୱାଲାଙ୍କ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ।

nis-ad
Leave A Reply

Your email address will not be published.