ଯୁବକଙ୍କ ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କଲା ପୋଲିସ

ଗଞ୍ଜାମ :ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବନ୍ଦର ସାହିର ସୋମନାଥ ଗୌଡ଼(୨୩), ଘର ଗାଧୁଆ ଘରେ ପିନ୍ଧିଥିବା ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡl, ମହିଳା ଏଏସଆଇ ସୁପ୍ରଭା ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ରହିଥିବା ମୃତ ଦେହ ଉଦ୍ଧାର କରିଛନ୍ତି l ଏଥିସହ ଛତ୍ରପୁର ସାଇଣ୍ଟିଫିକ ଟିମ ର ପ୍ରଭାତି ପଟନାୟକ ଓ ପ୍ରଣତି ନାୟକ ମଧ୍ୟ ପହଞ୍ଚି ଘଟଣାର ଛାନଭିନ୍ନ ଆରମ୍ଭ କରିଛି l ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ l ମୃତ ଯୁବକ ଜଣକ ବେଙ୍ଗଲୋର ରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ l ଗତକାଲି, ସେ ଅପରାହ୍ନରେ ଘରକୁ ଆସିଥିଲେ l ମୃତ ଯୁବକଙ୍କ ବାପା ମା ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଘରେ ଜେଜେମା ଓ ଜଣେ ଅବିବାହିତ ଭଉଣୀ ଅଛନ୍ତି ବଡ଼ ଭାଇ ବାଙ୍ଗାଲୋର ରେ କାମ କରୁଛନ୍ତି l ଜେଜେ ମାଙ୍କୁ ଅଣ୍ଡା ଆଣିବାକୁ କହି ପାଇଖାନା ଯାଉଛି କହି ଗାଧୁଆ ଘରେ ମଙ୍ଗଳବାର ସନ୍ଧ୍ୟା ୪ ଟା ବେଳେ ସେ ଆତ୍ମହତ୍ୟା କରିଥିବା ଜେଜେମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗଞ୍ଜାମ ଥାନା ପକ୍ଷରୁ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଛେଦ ପାଇଁ ପଠାଯାଇଛି l

nis-ad
Leave A Reply

Your email address will not be published.