ନୟାଗଡ଼ ବନଖଣ୍ଡରେ ମାସକୁ ଗାଡ଼ିଭଡ଼ା ବାବଦକୁ ଖର୍ଚ୍ଚ ୪.୯୦ ଲକ୍ଷ ଟଙ୍କା..!

ବାବୁ ମାନଙ୍କ ଆଦାୟ ପ୍ରବଳ କାମ ଦୁର୍ବଳ…!

ବନ ଜଗୁଛନ୍ତି ମାଫିଆ ଖୋଲା ରେ ଖାଇ ମେଲାରେ ସୋଇଛନ୍ତି ବାବୁ…!!


ନୟାଗଡ଼: ନୟାଗଡ଼ ବନଖଣ୍ଡରେ ମାସକୁ ୪ଲକ୍ଷ ୯୦ହଜାର ଟଙ୍କା ଗାଡ଼ିଭଡ଼ା ବାବଦକୁ ଖର୍ଚ୍ଚ ହେଉଛି। ଦୁଇ ମାସର ଭଡ଼ା ଅର୍ଥରେ ଗୋଟିଏ ନୂଆ ଗାଡ଼ି କିଣା ଯାଇପାରନ୍ତା ମାତ୍ର ସରକାର ଙ୍କ ଅଜବ ନୀତି ଯୋଗୁଁ ନୟାଗଡ଼ ବନଖଣ୍ଡରେ ମାସକୁ ଏତେ ଗୁଡିଏ ଟଙ୍କା ଖର୍ଚ୍ଚ ହେଉଛି । ନୟାଗଡ଼ ଡିଏଫଓଙ୍କ ପାଇଁ ଦୁଇଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ସ୍କର୍ପିଓ ପାଇଁ ମାସିକ ୩୦ହଜାର, ଇନୋଭା ପାଇଁ ୩୫ ହଜାର ପ୍ରଦାନ କରାଯାଇଛି । ନୟାଗଡ଼ ବନଖଣ୍ଡ ମୁଖ୍ୟାଳୟ ପାଇଁ ୩ଟି ବୋଲେରୋ ଗାଡ଼ି ଭଡ଼ା ସୂତ୍ରରେ ଲଗାଯାଇଛି । ଏହି ତିନୋଟି ବୋଲେରୋ ର ମାସିକ ଭଡ଼ା ବାବଦକୁ ମାସିକ ୭୩ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏହା ସହିତ ନୟାଗଡ଼ ବନାଞ୍ଚଳ ରେ ୨ଟି, ଗଣିଆ ବନାଞ୍ଚଳ ରେ ୧ଟି, ଖଣ୍ଡପଡ଼ା ବନାଞ୍ଚଳରେ ୨ଟି, ପଞ୍ଚରିଡା ବନାଞ୍ଚଳରେ ୨ଟି, ଓଡ଼ଗାଁ ବନାଞ୍ଚଳ ରେ ୨ଟି ଲେଖାଏଁ ବୋଲେରୋ ଭଡ଼ା ସୂତ୍ରରେ ବ୍ୟବହାର କରାଯାଇଛି । ସୂଚନା ଅନୁଯାୟୀ ନୟାଗଡ଼ ବନଖଣ୍ଡରେ ୨୦ ଖଣ୍ଡ ଗାଡ଼ି ଭଡ଼ା ସୂତ୍ରରେ ଲାଗିଥିବା ବେଳେ ବନ ବିଭାଗ ଏଥିପାଇଁ ୪ଲକ୍ଷ ୯୦ ହଜାର ବ୍ୟୟ କରୁଛି । ଏଠାରେ ସୂଚନା ଥାଉକି ନୟାଗଡ ବନ ଖଣ୍ଡରେ ବର୍ତ୍ତମାନ ମୂଲ୍ୟବାନ ଗଛ ଆଉନାହିଁ କାଠ ମାଫିଆ ମାନେ ଜଙ୍ଗଲରୁ ବେଧଡକ ଭାବେ ମୂଲ୍ୟବାନ ଗଛ କାଟି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରୁଥିବା କୁ ନେଇ ଅଭିଯୋଗ ଆସୁଛି ତଥାପି ବନ ପ୍ରଶାସନ ଚୁପ ଯାହାକୁ ନେଇ ଅନେକ ସଂନ୍ଦେହେ ଉଙ୍କି ମାରୁଛି ମନେ ହୁଏ କିଛି ଅସାଧୁ ଅଫିସର ଓ କର୍ମଚାରୀ ଙ୍କ ଜ୍ଞାତ ସାରରେ ଏହା ଚାଲିଛି l ସରକାର ଏତେ ଟଙ୍କା ଖର୍ଚ୍ଚ କରୁଛି ବନ ବିଭାଗ ପାଇଁ ଜଙ୍ଗଲ କିପରି ସୁରକ୍ଷିତ ରହିବ ମୂଲ୍ୟବାନ ଗଛ ଯେପରି ଚୋରୀ ନହେବ କିନ୍ତୁ ବାବୁ ମାନେ ନିଜ ପକେଟ ପାଇଁ ଆଦାୟ ପ୍ରବଳ କରୁଛନ୍ତି ଏହି ଜଙ୍ଗଲ ମାଫିଆ ମାନଙ୍କ ସହିତ ହାତକୁ ହାତ ମିଳାଇ l ଗାଡି ଗୁଡିକ ପେଟ୍ରୋଲଙ୍ଗ ପାଇଁ ବ୍ୟବହାର ହେବା କଥା କିନ୍ତୁ ଏହା ବାବୁଙ୍କ ନିଜସ୍ୱ କାମରେ ଅଧିକା ବ୍ୟବହାର ହେବା ଦେଖିବାକୁ ମିଳୁଛି l ନୟାଗଡ ଜିଲ୍ଲା ରେ ଅନେକ କାଠ ମାଫିଆ ଅନେକ ବିରପ୍ପାନ ରହିଛନ୍ତି ଯେଉଁମାନେ ବନ ବିଭାଗର ଗେଲ୍ହା ପୁଅ କହିଲେ କିଛିବି ଭୁଲ ହେବ ନାହିଁ l ଜିଲ୍ଲା ରେ ଥିବା ଫୋରେଷ୍ଟ ଗାର୍ଡ ମାନେ ଜଣେ ଜଣେ କୁବେର ତେଣୁ ଅଫିସର ମାନଙ୍କ କଥା ନକହିବା ଭଲ l ଜିଲ୍ଲାର ବନ ଖଣ୍ଡ ରେ ମୂଲ୍ୟବାନ ଗଛ ଦିନକୁ ଦିନ ଶେଷ ହେବାକୁ ବସିଲାଣି ପ୍ରତ୍ୟେକ ଗ୍ରାମ ରେ ସରକାରୀ ରାଜସ୍ବ ଫାଙ୍କି ଚୋରା କାଠ ଆଣି ମୂଲ୍ୟବାନ କାଠ ସାମଗ୍ରୀ ତିଆରି କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରି ମୋଟା ଅଙ୍କ ରୋଜଗାର କରନ୍ତି ଏଥିରେ ବନ ବିଭାଗ ର ଭାଗ ବି ରହୁଥିବା କୁନେଇ ଚର୍ଚ୍ଚା ହେଉଛି l ଜଦି ଏହାକୁ ନେଇ କୌଣସି ବ୍ୟକ୍ତି ଉପରସ୍ତ ବାବୁଙ୍କୁ ସୂଚନା ଦିଏ ତେବେ ଏହାବି ପ୍ରଘଟ ହୋଇଯାଏ ଏବଂ ଚଢ଼ାଉ ହେବା ପୂର୍ବରୁ ମୂଲ୍ୟବାନ କାଠ ଏବଂ କାଠ ସାମଗ୍ରୀ ସ୍ଥାନାନ୍ତର କରିଦିଆ ଯାଏ ଯାହାକି ଚଢ଼ାଉ ଧର୍ମକୁ ଆଖିଠାର ସଦୃଶ୍ୟ କହିଲେ ଚଳେ l ତେଣୁ ପ୍ରକୃତ ରେ କାଠ ମାଫିଆ ମାନଙ୍କ ସୁରକ୍ଷା ଦେବାରେ ଏହି ସରକାରୀ ମାଫିଆ ମାନେ ହିଁ ମୁଖ୍ୟ ମାଫିଆ କହିଲେ କିଛିବି ଭୁଲ ହେବ ନାହିଁ l ସରକାରୀ ମାଫିଆ ମାନଙ୍କୁ କୌଣସି ସୂଚନା ଦେଲେ ବିଳମ୍ବ ନକରି ଉକ୍ତ ସୂଚନା କାରୀଙ୍କ ନାମ ଉକ୍ତ କାଠ ମାଫିଆ କୁ ଜଣନ୍ତି ଯାହା ଫଳରେ ଉକ୍ତ ସୂଚନା କାରୀ କୁ ଆସେ ଧମକ ଏବଂ ଏପରିକି ଜୀବନରେ ମାରିଦେବାକୁ ମଧ୍ୟ ଆସେ ଧମକ ପୂର୍ଣ୍ଣ ଖବର ତେଣୁ ଏଠାରେ ସୂଚନା ଦେବାକୁ ମଧ୍ୟ ଲୋକେ ଭୁଲି ଗଲେଣି ସୂଚନା ଦେଇ କାହିଁକି ନିଜ ଜୀବନ କୁ ବିପଦ କୁ ଟାଣିବେ l ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି ନଚେତ ଆଗାମୀ ଦିନରେ ଜଙ୍ଗଲ ସଫା ହୋଇଯିବ l ଏବଂ ଜିଲ୍ଲା ରେ କାର୍ଯ୍ୟରତ ବାବୁ ମାନଙ୍କ ସମ୍ପତି କୁ ସିବିଆଇ, ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଯାଞ୍ଚ କରାଯାଏ ତେବେ ଅନେକ ଭଦ୍ର ମୁଖା ଲୋକ ଲୋଚନ କୁ ଆସି ପାରନ୍ତା ବୋଲି ସଚେତନ ନାଗରିକ ଙ୍କ ଦାବୀ ହେଉଛି l କାରଣ ବାବୁ ମାନେ ଖୋଲାରେ ଖାଇ ମେଲାରେ ଶୋଉଚନ୍ତି ବୋଲି ଚା ଖଟିରେ ଚର୍ଚ୍ଚା.. I

nis-ad
Leave A Reply

Your email address will not be published.