ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ନକଲି ପାନୀୟ ଜଳ ଅବାଧ ରେ ବିକ୍ରି ହେଉଛି। ଆଜି କାଲି ପାନୀୟ ଜଳ ଯୋଗୁଁ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେଉଛନ୍ତି ଲୋକେ। ଅଧିକାଂଶ ଦୋକାନୀ ଏବେ ଆର-ଅ ନାଁ ସୁଦ୍ଧ ପାନୀୟ ଜଳ ବଡ଼ ବଡ଼ ଜାରରେ ବିକ୍ରି କରୁଛନ୍ତି। ଶୁଦ୍ଧତା ନାଁ ରେ ଏହି ଜଳକୁ ଫାଷ୍ଟଫୁଡ, ହୋଟେଲ, ଜଳଖିଆ ଦୋକାନ ସମେତ ବହୁ ଦୋକାନରେ ଲୋକଙ୍କୁ ଏହି ଜଳ ପାନୀୟ ରୂପେ ଦିଆଯାଉଛି। ହେଲେ ଏହି ପାନୀୟ ଜଳ କେତେ ଶୁଦ୍ଧତା ଅବା କିଏ ଜାଣିଛି। ଲୋକେ ଅଖାଦ୍ୟ ଖାଇବା ସହ ଏହି ସବୁ ଜାରରେ ଆସୁଥିବା ଜଳକୁ ପାନ କରି ମୁହଁ ପୋଛି ଚାଲିଯାଉଛନ୍ତି।କୌଣସି ପାନୀୟ ଜଳ ଯୋଗାଣ ହେଉଥିବା ଜାର ଉପରେ ନାଁ ଅଛି ତାରିଖ ନାଁ ଅଛି କମ୍ପାନୀ ର ନାଁ।
ସରକାରଙ୍କ ସମସ୍ତ ନୀତିନିୟମକୁ ଉଲ୍ଲଘନ କରି ପାନୀୟ ଜଳ ନାଁ ରେ ଜହର ବିକ୍ରି ହେଲେବି ଦାୟିତ୍ୱ ବାନ ବାବୁ ମାନେ ବି ଏହି ଜଳ ପାନ କରୁଥିବାର ଦେଖିବାକୁ ମିଳୁଛି। ଶୁଦ୍ଧତା ନାଁ ରେ ଯେତିକି ପାନୀୟ ଜଳ ବିକ୍ରି ହେଉଛି ସେତିକି ପରିମାଣର ବିଭିନ୍ନ ରୋଗୀଙ୍କ ସଂଖ୍ୟା ବଢୁଛି। ଏପଟେ ବ୍ୟବସାୟୀ ମାଲେ ମାଲ ଗ୍ରାହକ ବେହାଲ ହେଉଛନ୍ତି। ବଜାର ରେ ଯେତେ ପ୍ରକାର ସୁଦ୍ଧତା ନାଁ ରେ ପାନୀୟ ଜଳ ପ୍ୟାକେଟ, ବୋତଲ ଆଉ ଜାରରେ ରେ ମିଳୁଛି ତାହାର ଟେଷ୍ଟିଙ୍ଗ ହେଲେ ଏହି ପାନୀୟ ଜଳକୁ ଲାଇସେନ୍ସ କେଉଁ ପ୍ରକାର ଦେଇ ପଞ୍ଜିକରଣ କରାଯାଇଛି, ତାହା ଜଣାପଡିବ।
