ବାଲି, ପଥର ଚୋରା ଚାଲାଣ ବେଳେ ପ୍ରଶାସନର ବନ୍ଧୁତ୍ୱ ପୂର୍ଣ୍ଣ ଚଢ଼ାଉ…….!

ମାଫିଆ ଓ ପ୍ରଶାସନ ର ଚାଲିଛି ଚୋରା ପୀରତି…!!


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବଡ଼ନଦୀ ଋଷିକୁଲ୍ୟା ନଦୀରୁ ଚୋରା ବାଲି ବ୍ୟବସାୟ ରେ ନେତା ଠାରୁ ବାବୁ ମାନେ ମାଲାମାଲ ହେଉଛନ୍ତି। ଏହି ଚୋରା ବ୍ୟବସାୟ ସମ୍ପର୍କରେ ସୂଚନା ଦେଲେ ପ୍ରଶାସନ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଚଢ଼ାଉ ହେଉଛି। ପ୍ରାକ ସୂଚନା ଦେଇ ବାବୁ ମାନେ ବେଆଇନ ବାଲି ଚାଲାଣ ହେଉଥିବା ଘାଟ ଉପରେ ଚଢ଼ାଉ କରିବା ଫଳରେ ଲୋକେ କହୁଛନ୍ତି, ବନ୍ଧୁତ୍ୱ ପୂର୍ଣ୍ଣ ଚଢ଼ାଉ ବୋଲି। ଏହି ଚୋରା ବାଲି ବ୍ୟବସାୟ ରେ ସମ୍ପୃକ୍ତ ଥିବା ମାଫିଆ ଗୋଷ୍ଟି ବାବୁ, ନେତା, କୁଜି ନେତା, ଦଲାଲଙ୍କ ଜରିଆରେ ବଟି ଦେଇ ଖୁଲାମ ଖୁଲା ଖାଦାନ ଲୁଟ କରୁଥିବା ଚର୍ଚ୍ଚା ହେଉଛି। ମାଫିଆ ମାନେ କିଛି ଯୁବ ଗୋଷ୍ଟି କୁ ବାଲି ଉତ୍ତୋଳନ ହେଉଥିବା ସ୍ଥାନରେ ପହରା ଦେବାକୁ ନିଯୁକ୍ତି ଦେଇଥିବା ଦେଖିବାକୁ ମିଳିଛି। ଚୋରା ବାଲି ସମ୍ପର୍କ ରେ ସ୍ୱର ଉତ୍ତୋଳନ କରିଲେ ଅର୍ଥ ଲୋଭ ନହେଲେ ଧମକ ଚମକ ଦେଉଥିବା ନେଇ ଆଲୋଚନା ହେଉଛି। ଚୋରା ମଦ ଠାରୁ ଏବେ ଚୋରା ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ଯୋଗୁଁ ଏହି ବ୍ୟବସାୟରେ ସବୁ ମାଫିଆ ମାନେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ପୂର୍ବ- ପଶ୍ଚିମ-ଉତ୍ତର-ଦକ୍ଷିଣ ଏରିଆ ମୋର ବୋଲି ମାଫିଆ ମାନେ ସବୁ ଅଞ୍ଚଳ ରୁ ବାଲି ଚାଲାଣ କରୁଛନ୍ତି। ଟାର୍ଗେଟ କୁ ପୂରଣ ଓ ବଡ଼ ବାବୁଙ୍କୁ ଖୁସ କରିବାକୁ ହେଲମେଟ ନଥିଲେ ଚୋର ଭଳି ବ୍ୟବହାର କରିବାକୁ ପୋଲିସ ପଛାଉନଥିବା ବେଳେ ଚୋରା ବାଲି ଚାଲାଣ ଓ ବିନା କାଗଜ ପତ୍ର ରେ ଗାଡ଼ି ବ୍ୟବହାର ହେଲେବି ବାବୁ ମାନେ ନଦେଖିଲା ଭଳି ଅଭିନୟ କରୁଥିବା ଦେଖିବାକୁ ମିଳୁଛି।ଚଳିତ ବର୍ଷ ପାଇଁ ଲିଜ ନହେବା ପୂର୍ବରୁ ଋଷିକୂଲ୍ୟା ଓ ବଡ ନଦୀର ବାଲି ସରିଯିବ ବୋଲି ଅଞ୍ଚଳ ବାସି ଏବେଠାରୁ କହିଲେଣି। ବାବୁ, ନେତା,ମନ୍ତ୍ରୀଙ୍କ ଠାରୁ ସମସ୍ତେ ଚୁପଚାପ ରହୁଥିବା ଯୋଗୁଁ ଆଗାମୀ ଦିନରେ ସାଧାରଣ ଲୋକେ ଘର ଖଣ୍ଡେ କରିବାକୁ ଆଉ ବାଲି ଦର ସୁନା ହେବାସହ ଆଉ ବାଲି ମିଳିବ ନାହିଁ ବୋଲି ପରିବେଶବିତ୍ତ ମାନେ ମତ ପ୍ରକାଶ କରୁଛନ୍ତି।
.

nis-ad
Leave A Reply

Your email address will not be published.