ବେପାରୁଆ ମଟର ସାଇକେଲ ଚଲାଇବା ଯୋଗୁଁ ଦୁର୍ଘଟଣା : ଦୁଇ ଯୁବକ ଆହତ…


ଉମରକୋଟ (୧୪/୧୨/୨୦୨୪) ଭାରତମାଳା ସିକ୍ସ ଲାଇନ ରାସ୍ତା ରାୟପୁର ରୁ ବିଶାଖାପାଟଣା ଯାତାୟାତର ପୂର୍ଣ୍ଣ ବ୍ୟବସ୍ଥା ବା ଅନୁମତି ମିଳି ନ ଥିବା ଅବସ୍ଥାରେ ଏହି ରାସ୍ତାରେ ଛୋଟ ବଡ଼ ଜାନବାହନ ଚଳାଚଲ କରୁଥିବା ପରିଲୋକ୍ଷିତ ହେଉ ଅଛି। ଏହି ଛୋଟ ବଡ଼ ଜାନବାହନ ଯାକ ମନ ମୁଖି ଦ୍ରୁତ ଗତିରେ ଗାଡ଼ି ଚାଳନା କରି ଦୁର୍ଘଟଣାର ସଂମ୍ମୋଖିନ ହେଉଛନ୍ତି କହି ରାସ୍ତା ମରାମତି କରୁଥିବା ଇଞ୍ଜିନିଅର ବା ରାସ୍ତାର ଫୋର ମ୍ୟାନ ସୁପରଭାଇଜର ବର୍ଣ୍ଣଣା କରିବା ସହିତ କହିଛନ୍ତି ଯେ, ରାସ୍ତାଟି ସମ୍ପୂର୍ଣ ମରାମତି ହେଇ ନାହିଁ କାମ ପ୍ରଗତିରେ ଅଛି କୋଉଁଠି ଖାଲ ଡିପକା ଉଚ୍ଚ ନୀଚ ଅବସ୍ଥାରେ ରାସ୍ତାଟି ଅଛି। ଏ ପରି ପରିସ୍ଥିତିରେ ଯାତାୟତ କରୁଥିବା ଲୋକଙ୍କ ଯେତେ କହିଲେ ମଧ୍ୟ ମାନୁ ନାହାନ୍ତି,ନିଜ ନିଜ ସାବଧାନତା ନିଜେ ନେଇ ଚାଲିବା କଥା କିନ୍ତୁ ଅସାବଧାନତା ଯୋଗୁଁ ଦୁଇ ଚୋକୀୟ ଓ ଚାରି ଚୋକୀୟ ଗାଡ଼ି ଚାଲୋକ ମାନେ ବିପଦର ସଂମ୍ମୁଖୀନ ହେଉଛି। ସୂଚନା ପ୍ରକାରେ ବିଗତ କାଲି ୧୩/୧୨/୨୦୨୪ ରିଖ ବିଳମ୍ବ ରାତିରେ ଆନୁମାନିକ ପ୍ରାୟ ଦଶ ଘଣ୍ଟିକା ସମୟରେ ଉମରକୋଟ ବ୍ଲକ ମୁର୍ତ୍ତୁମା ପଞ୍ଚାୟତ ଅନ୍ତର୍ଗତ ନକଟିଗୁଡା ( ବଡ଼ ଖରକା ) ଗ୍ରାମର ମୋତିରାମ ଭତରା ଓ ରଞ୍ଜିତ ଭତରା ଗ୍ଲାମର ହୋଣ୍ଡା ମଟର ସାଇକେଲ ଯାହାର ନମ୍ବର OD 10 H 7331 ଯୋଗେ ଅସମ୍ପୂର୍ଣ ଭାରତ ମାଳା ରାସ୍ତାରେ ଘରେ ଫେରୁଥିବା ସମୟରେ ଦ୍ରୁତ ଗତିରେ ରଞ୍ଜିତ ମଟର ସାଇକେଲ ଚଳାଇ ପଥର ଉପରେ ଚଡ଼ି ଯିବାରୁ ଭାରସାମ୍ବ ହରାଇ ପଡ଼ିଯାଇ ରଞ୍ଜିତର ନାକ ମୁହଁ ପଟରୁ ରକ୍ତ ବାହାରୁଥିଲା ଏବଂ ମୋତିରାମ ଫୋନରେ ନିଜ ସମ୍ପର୍କୀୟଙ୍କ ଓ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପାଇଁ ପାରୁ ନ ଥିଲେ।ରାସ୍ତା ସଂଲଙ୍ଗନୋ ମୁର୍ତ୍ତୁମା ଗ୍ରାମର ରୁପସିଂ ହରିଜନ , ଜଙ୍ଗଳୁ ହରିଜନ , ନାଡୁ ହରିଜନ ଓ ରାଜକୁମାର ହରିଜନ ଘଟଣାସ୍ତଳରେ ପହଁଞ୍ଚି ବିପଦଗାମୀ ଦୁଇ ଜଣଙ୍କ ମାନବିକତା ଦେଖାଇ ସେବା କରିବା ସହିତ ଉମରକୋଟ ଥାନାରେ ଖବର ଦେଇଥିଲେ। ଉମରକୋଟ ଥାନା ପୋଲିସ ପ୍ରଶାସନ ଖବର ପାଇଁ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଘଟଣାସ୍ତଲେ ପହଁଞ୍ଚି ଦୁଇ ଜଣଙ୍କୁ ନିଜ ପୋଲିସ ଗାଡ଼ିରେ ବସାଇ ଉମରକୋଟ ଜୋନାଲ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣା ପଡ଼ିଛି। ରାସ୍ତା କଡ଼ର ମୁର୍ତ୍ତୁମା ଗ୍ରାମବାସୀ ସହ ନକଟିଗୁଡା( ବଡ଼ ଖଡ଼କା) ଗ୍ରାମର ଗ୍ରାମବାସୀ ମାନେ ଉମରକୋଟ ଥାନା ପୋଲିସ ପ୍ରଶାସନର ଏହି ପରି ମହାନ ମାନବିକତାକୁ ଭୁରି ଭୁରି ପ୍ରସଂସା କରିଛନ୍ତି।

nis-ad
Leave A Reply

Your email address will not be published.