ମାଲକାନଗିରି ୧୨/୧୨ : ଆଜି ମାଲକାନଗିରି ଜିଲ୍ଲାର ଲୋକପର୍ବ ବା ଗଣପର୍ବ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମାଲକାନଗିରି ଏୟାର ଫିଲଡ଼ ରେ ଅଵତରଣ କରି ଏକ ବିରାଟ ପଟୁଆ ରେ ମାଲକାନଗିରି ବାସିନ୍ଦା ଓ ଦଳୀୟ କର୍ମୀ ପାଛୋଟି ନେଇଥିଲେ । ସର୍ବ ପ୍ରଥମେ ଆଦିବାସୀ ପଡ଼ିଆରେ ଥିବା ବିଭିନ୍ନ କୃଷି,ବନବିଭାଗ ଓ ଅନ୍ୟ ବିଭାଗ ର ଷ୍ଟଲ ପରିଦର୍ଶନ କରିଥିଲେ ମାଲକାନଗିରି ଇତିହାସରେ ପ୍ରଥମ ଥର ପାଇଁ କୋୖଣସି ମୁଖ୍ୟମନ୍ତ୍ରୀ ମାଲ୍ୟବନ୍ତ ମହୋତ୍ସବ କୁ ଉଦ୍ଘାଟନ କରିଛନ୍ତି । ଉଦଘାଟନ ପରେ ମାଲ୍ୟବନ୍ତ ରେ କିଛି ଷ୍ଟଲରେ ଥିବା ବିଭିନ୍ନ ଦୋକାନ ପରିଦର୍ଶନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଗଣଶିକ୍ଷା , ଆଦିବାସୀ ଓ ଅନୁସୂଚିତ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.