ଖଣ୍ଡପଡାରେ ହେବ ପଠାଣି ସାମନ୍ତ ପ୍ଲାନେଟାରିୟମ୍

ଭୁବନେଶ୍ବର: ଭୁବନେଶ୍ବର ଭଳି ନୟାଗଡ଼ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ । ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପ୍ଲାନେଟାରିୟମ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାରଙ୍କ ଦ୍ବାରା ଏକ ପ୍ଲାନେଟାରିୟମ୍ ସ୍ଥାପନ କରାଯିବ । ଏଥିସହିତ ୬ କୋଟି ଟଙ୍କାରେ ସାଇନ୍ସ ପାର୍କ ନିର୍ମିତ ହେବ । ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଏକ ପ୍ଲାନେଟାରିୟମ୍ ପ୍ରତିଷ୍ଠା ହେବା ଫଳରେ ଜିଲ୍ଲାବାସୀ ଜ୍ୟୋତିବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଜାଣିପାରିବେ । ଏଥିସହିତ ଛାତ୍ରଛାତ୍ରୀଙ୍କ ମହାକାଶ ବିଜ୍ଞାନ ଜ୍ଞାନ ବୃଦ୍ଧିରେ ଏହି ପ୍ଲାନେଟାରିୟମ୍ ସହାୟକ ହେବ ।

ଆହୁରି ମଧ୍ୟ ରାଜ୍ୟରେ ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରୋନୋମି ସେଣ୍ଟର ହେବ। ଏହା ସହିତ ମ୍ୟାଥମେଟିକ୍ସ ବିଶ୍ଵବିଦ୍ୟାଳୟ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି  ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

nis-ad
Leave A Reply

Your email address will not be published.