୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ସେମାନଙ୍କ ମଧ୍ୟରେ ୮୫ ଜଣ ହୋମିଓପାଥିକ ମେଡିକାଲ ଅଫିସର ଥିବା ବେଳେ ୨୩୯ ରେଡିଓଗ୍ରାଫର ଅଛନ୍ତି । ଏହା ସହିତ ୫୨ ଜଣ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ଦେଢ ଲକ୍ଷରୁ ଅଧିକ ଖାଲି ପଦବୀ ପୂରଣ କରାଯିବ।

ଗତ ୬ ମାସ ଭିତରେ ପ୍ରାୟ ୨୦ ହଜାରରୁ ଅଧିକ ବେକାରୀଙ୍କୁ ଚାକିରି ମିଳିଛି । ମୁଖ୍ୟମନ୍ତ୍ରୀ ପୂର୍ବର ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଗତ ସରକାରରେ ନିଯୁକ୍ତି ଦୁର୍ନୀତି ହୋଇଥିଲା । କିନ୍ତୁ ଆମ ସରକାର ଦାୟିତ୍ୱ ନେବାର ୬ ମାସ ଭିତରେ ୨୦ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି।

nis-ad
Leave A Reply

Your email address will not be published.