କାମଦେଲା ନି ବିଧାୟକ ଙ୍କ ସୁପାରିସ ପତ୍ର : ଧାନମଣ୍ଡି ପରିଚାଳନା ପାଇଁ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ଦେଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ମାଲକାନଗିରି,: ଧାନମଣ୍ଡି ପରିଚାଳନା ପାଇଁ ସ୍ବୟଂ ସହାୟକ ଗୋଷ୍ଠିକୁ ବିଧାୟକ ଙ୍କ ଦ୍ୱାରା ସୁପାରିସ କରାଯାଥିବା ବେଳେ ଏହା ନାକଚ ହୋଇଯାଇଛି । ମାଲକାନଗିରି ଜିଲ୍ଲା ଗୌଡ଼ଗୁଡା ପଞ୍ଚାୟତ ବାଟ ପାଲୀ ଗ୍ରାମର ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଚଳିତ ବର୍ଷ ଧାନମଣ୍ଡି ପରିଚାଳନା ନିମନ୍ତେ ସେମାନଙ୍କ ଗୋଷ୍ଠି ଆବେଦନ କରିଥିଲେ । ଏଥିସହ ଚଳିତ ବର୍ଷ ଏହି ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଆଦେଶ ମଧ୍ୟ ପ୍ରଦାନ କରା‌ଯିବ ବୋଲି ପ୍ରତିଶୃତି ମଧ୍ୟ ଦିଆ ଯାଇଥିଲା । କିନ୍ତୁ ଆଗାମୀ ଡିସେମ୍ବର ୧୬ ତାରିଖରୁ ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହେବାକୁ ଥବା ବେଳେ ଏହି ସ୍ବୟଂ ସହା ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଆଦେଶ ଦିଆନ ଯାଇ ବାଟପାଲ୍ଲୀ ଗ୍ରାମର ଜୟ ମା କାଳୀ ସ୍ୱୟଂ ସହାୟକ ଗୋଷ୍ଠିକୁ ଏଥି ନିମନ୍ତେ ଆଦେଶ ଦିଆଯାଇଛି । ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ, ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠି ୩ ବର୍ଷ ଧାନମଣ୍ଡି ପରିଚାଳନା କରିବାର ନିୟମ ରହିଛି । ତିନିବର୍ଷ ପରେ ଉକ୍ତ ଧାନମଣ୍ଡି ପରିଚାଳନା ଦାୟିତ୍ବ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠିକୁ ପ୍ରଦାନ କରାଯିବ । କିନ୍ତୁ ଏହା ସମ୍ପୂର୍ଣ ଅଲଗା ହୋଇଛି । ଏଥିସହ ଜୟ ମା କାଳୀ ସ୍ବୟଂ ସହାୟକ ଗୋଷ୍ଠି ଆଜକୁ ତିନିବର୍ଷ ହେଲା ଧାନମଣ୍ଡି ପରିଚାଳନା କରିବା ପାଇଁ ଦାୟିତ୍ବ ପ୍ରଦାନ କରା ଯାଇଥିଲା । ଏ ସମ୍ବନ୍ଧରେ ଗତବର୍ଷ ମଧ୍ୟ ଏହି ଗୋଷ୍ଠୀ ଧାନମଣ୍ଡି ପରିଚାଳନା ନିମନ୍ତେ ଆବେଦନ କରିଥିଲେ । କିନ୍ତୁ ଏହାକୁ ରଦ୍ଦ କରା ଯାଇ ପୁନର୍ବାର ଜୟ ମା କାଳୀ ସ୍ବୟଂ ସହାୟକ ଗୋଷ୍ଠିକୁ ଏହାର ଦାୟିତ୍ବ ପ୍ରଦାନ କରା ଯାଇଥିବାରୁ ଗତବର୍ଷ ଧାନମଣ୍ଡି ସ୍ଥାନକୁ ତାଲା ପକାଇ ପ୍ରତିବାଦ କରାଯାଇଥୁଲା। ସେ ସମୟରେ ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ ଯେ, ୨୦୨୪ ରେ ନିଶ୍ଚିତ ଭାବେ ଆମ୍ଭ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ନା ଦାୟିତ୍ବ ପ୍ରଦାନ କରାଯିବ । କିନ୍ତୁ ଚଳିତ ବର୍ଷ ପୁନର୍ବାର ସେହି ଭୁଲ୍ ହୋଇଛି ଏବଂ ଜୟ ମା କାଳୀ ସ୍ବୟଂ ଗୋଷ୍ଠିକୁ ଚତର୍ଥ ଥର ପାଇଁ ଧାନମଣ୍ଡି ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି । ଯାହାକି ସମ୍ପୂର୍ଣ ଭାବେ ସରକାରଙ୍କ ନିୟା ନିୟମ ବିରୁଦ୍ଧ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଚଳିତ ବର୍ଷ ଧାନମଣ୍ଡି ପରିଚାଳନା ଦାୟିତ୍ବ ପ୍ରଦାନରେ ପରିଚାଳନା ସହାୟକ ହେରଫେର ର ହୋଇଛି । ଏହା ର ଅନୁସନ୍ଧାନ କରି ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଦାୟିତ୍ବ ପ୍ରଦାନ କରାଯାଉ ନଚେ ଧାନମଣ୍ଡି ଦାୟିତ୍ବ ଲ୍ୟାମ୍ପ କୁ ପ୍ରଦାନ କରାଯାଉ ବୋଲି ମହିଳା ମାନେ ଦାବି କରିଛନ୍ତି,

nis-ad
Leave A Reply

Your email address will not be published.