ଫୁଲବାଣୀ : ଦୁଇ ଦିନିଆ ଜିଲ୍ଳା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କରୋନେସନ ପଡିଆ ଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ନଟରାଜ କଳା ମନ୍ଦିର ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ରୁତୁରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଳା ମତ୍ସ୍ୟ ଅଧିକାରୀ ପ୍ରଫୁଲ କହଁର, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶ୍ନ ପାତ୍ର, କାର୍ଯ୍ୟନିର୍ବାହୀ କୃଷି ଅଧିକାରୀ ଇଂ ନରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି କନ୍ଧମାଳ ଜିଲ୍ଲାପାଳ ଯୋଗ ଦେଇ କହିଲେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ରହିଚି ସେ ସବୁକୁ ପ୍ରତ୍ୟେକ ଚାଷୀ ଭାଇ ମାନଙ୍କ ପାଇଁ ଉଦ୍ଧିଷ୍ଟ l ଜିଲ୍ଲାରେ ଛେଳି ଚାଷ ଦେଶୀ କୁକୁଡ଼ା ଚାଷ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇ ଅଧିକରୁ ଅଧିକ ଉପ୍ତାଦନ କରିବା ପାଇଁ ଚେଷ୍ଟା କରାଯିବା ସହିତ ଗ୍ରାମାଞ୍ଚଳର ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବ l ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇ ସାରିଛି l ଖୁବ ଶୀଘ୍ର ଗ୍ରାମାଞ୍ଚଳରେ ଥିବା ମହିଳା ସଂଗଠନ ଓ ଉଦ୍ୟୋଗୀ ମାନଙ୍କୁ ଏ ସଂକ୍ରାନ୍ତରେ ବୁଝାଇ କାର୍ଯ୍ୟକାରୀ କରାଯିବ l
ପରେ ଛେଳି ଚାଷ ପାଇଁ କାଳିଜାଇ ଡବ୍ଲ୍ୟୁ ଏସ ଏଚଜି, କୁକୁଡା ଚାଷ ପାଇଁ ରୋହିତ ଦିଗାଲ, ବାୟୋ ଫ୍ଲକ ପଦ୍ଧତି ରେ ମାଛ ଚାଷ ପାଇଁ କେ ନୁଆ ଗାଁର ପ୍ରକାଶ ମଲ୍ଲିକ,ମତ୍ସ୍ୟ ପୋଖରୀ ଯୋଜନାରେ ଦୁଷ୍ମନ୍ତ ଦେଓଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ଵାରାପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଡା. ଅଳକା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଜିଲ୍ଳା ମତ୍ସ୍ୟ ଅଧିକାରୀ ପ୍ରଫୁଲ କହଁର ଧନ୍ଯବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.