ଫୁଲବାଣୀ : ଫୁଲବାଣୀ ସହରର ଦୀର୍ଘାୟୁ ବ୍ୟକ୍ତି ଭାବେ ଜଣାଶୁଣା ବିଶ୍ଵନାଥ ନନ୍ଦ ଆଜି ଶହେ ବର୍ଷରେ ପଦାର୍ପଣ କରିଛନ୍ତି । ଫୁଲବାଣୀ ଏ ଯେ ଓ ହାଇସ୍କୁଲରେ ୧୯୫୪ ମସିହାରେ ହିନ୍ଦୀ ଶିକ୍ଷକ ରୂପେ ଯୋଗଦେଇ ୧୯୮୨ ମସିହାରେ ଅବସର ନେଇଥିଲେ । ସେ ସରକାରୀ ଚାକିରି କରିବା ପୂର୍ବରୁ କିଛିଦିନ କଟକସ୍ଥିତ ସମାଜ ଅଫିସରେ କାର୍ଯ୍ୟ କରୁଥିଲେ । ଆଗ୍ରାରେ ହିନ୍ଦୀ ରତ୍ନ ପରୀକ୍ଷାରେ କୃତିତ୍ୱର ସହ ପାସ କରିଥିଲେ ଓ ଶାସ୍ତ୍ରୀ ପଦବୀ ପ୍ରାପ୍ତ ହୋଇଥିଲେ । ଆଚାର୍ଯ୍ୟ ହରିହର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରଥଯାତ୍ରା ସମୟରେ ହଇଜା ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ । ବନ୍ୟା ସମୟରେ ଚୂଡା ଚାଉଳ ବାଣ୍ଟୁଥିଲେ । ଫୁଲବାଣୀ ସହରରେ ଜଣେ ଆମାୟିକ ବ୍ୟକ୍ତିତ୍ଵ ରୂପେ ସେ ଜଣାଶୁଣା । ବର୍ତ୍ତମାନ ଦାମନଯୋଡିରେ ଅବସ୍ଥାନ କରୁଛନ୍ତି । ସେଠାରେ ତାଙ୍କର ବଡ଼ପୁଅ ବନବିହାରୀ ନନ୍ଦ ,ସାନପୁଅ ବିପିନ ବିହାରୀ ନନ୍ଦ, ଜାମାତା ଚନ୍ଦ୍ରଶେଖର ଦ୍ବିବେଦୀ, କନ୍ୟା ବନ୍ଦିତା ନନ୍ଦ, ପୁତ୍ରବଧୂ ଦେବସ୍ମିତାଙ୍କ ଉପସ୍ଥିତିରେ ଶହେତ୍ତମ ଜନ୍ମ ଦିନ ପାଳନ କରାଯାଇଥିଲା। ବିଶ୍ଵନାଥ ନନ୍ଦଙ୍କ ଜଣାଶୁଣା ବହୁ ବରିଷ୍ଟ ନାଗରିକ ଓ ବନ୍ଧୁବାନ୍ଧବ ଉପସ୍ଥିତ ରହି ଆଶୀର୍ବାଦ ନେଇଥିଲେ । ତାଙ୍କର ଦିର୍ଘ ଜୀବନ କାମନା କରି ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.