ବିଚ୍‌ ବଜାରରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବିଚ୍‌ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହୋଟେଲ ମାଲିକ ଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର ।

ଖବର ମୁତାବକ, ଆଜି ସକାଳେ ସଞ୍ଜୀବ କାର୍‌ ଯୋଗେ ନିଜ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ସମଲପୁର ଛକ ନିକଟରେ ୭ ରୁ ୮ ଜଣ ଦୁର୍ବୃତ୍ତ ବାଇକ୍‌ ରେ ଆସି ସଞ୍ଜୀବ କୁମାରଙ୍କ ଗାଡ଼ି ଅଟକାଇଥିଲେ । ଏହାପରେ ସେମାନେ ଗାଡ଼ିରୁ ସଞ୍ଜୀବ କୁମାରଙ୍କୁ ଟାଣି ଆଣି ଖଣ୍ଡା ଓ ଭୁଜାଲିରେ ହାଣି ପକାଇଥିଲେ ।

ସଞ୍ଜୀବଙ୍କୁ ରକ୍ତ ଦୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଖାନୀୟ ମେଡିକାଲରେ ଭର୍ତ୍ତି କରି ପୋଲିସରେ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ ।

nis-ad
Leave A Reply

Your email address will not be published.