କଳା ଗବେଷକ ଭାବେ ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀ ଙ୍କୁ ଡକ୍ଟରେଟ୍ ଉପାଧିରେ ଭୂଷିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀ ଙ୍କୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ ହୋଇଛନ୍ତି ।
ନୂଆଦିଲ୍ଲୀ ର ସମ୍ବିଧାନ ସଂଘମ୍ ଠାରେ ଆୟୋଜିତ ଉତ୍ତମ ଶିକ୍ଷା ଏବଂ ଶାନ୍ତି ପରିଷଦ ନାମରେ ଏକ ସଂଗଠନ ପକ୍ଷରୁ ବଡ଼ଦାସୁଡୁ ଆର୍. ସତ୍ୟମ୍ ରେଡ୍ଡୀ ଙ୍କୁ ନୃତ୍ୟଗୁରୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଛି । ଏହି ଉପାଧି ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରେ ସାଧୁବାଦ ଓ ଶୁଭେଚ୍ଛା ର ସୁଅ ଛୁଟିଛି । ଏଭଳି ସଂଘର୍ଷମୟ ଜୀବନରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀଙ୍କ ସେବାରେ ନିଜକୁ ନିୟୋଜିତ ହୋଇ ହରି ନାମ ସଂକୀର୍ତ୍ତନ ସଦା ସର୍ବଦା ମାଜ୍ଜି ଯାଇ ସଂଗୀତ ଓ କଳାକୁ ଆଦରି ଆସି ଭକ୍ତିବାଦ ର ଚେତନାରେ ଅନୁପ୍ରାଣୀତ ହୋଇଛନ୍ତି ।
ଶ୍ରୀ ହରିଙ୍କ ଭକ୍ତିବାଦରେ ଜଣେ ଗବେଷକ ଭାବେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ତେବେ ନୂଆଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ଛତ୍ରପୁର ବଡ଼ ରେଳଷ୍ଟେସନ ଠାରେ ନୃସିଂହନାଥ କାମିନୀ ଙ୍କ କୋହଲା ମଶାଲ ଲଗାଇ ଶ୍ରୀ ହରିଙ୍କ ନାମ ସଂକୀର୍ତ୍ତନ ଗାଇ ଉଦଣ୍ଡ କୀର୍ତ୍ତନରେ ଭକ୍ତମାନେ ତାଙ୍କୁ ସ୍ଵାଗତ କରି ଆନନ୍ଦରେ ଭକ୍ତିଭାବନାରେ ମତୁଆଲା ହୋଇଯାଇଥିଲେ । ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର ( ଭାଗବତ ଗାଦି )ର ସମ୍ପାଦକ ଅଶୋକ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.