ଅକ୍ଟୋବର ୯ରେ ଖାତାକୁ ଯିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ଅପେକ୍ଷାର ଅନ୍ତ । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ଆସନ୍ତା ଅକ୍ଟୋବର ୯ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।

ଏନେଇ ପ୍ରଭାତି ପରିଡା କହିଛନ୍ତି, ଆସନ୍ତା ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିପାଇଁ ବାରିପଦାରେ ସଭା ଆୟୋଜିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଏହି ଟଙ୍କା ପ୍ରଦାନ କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ମହିଳା ସାମିଲ ହେବେ । ଅକ୍ଟୋବର ୭ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ମହିଳାମାନେ ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଲକ୍ଷ ମହିଳା ସୁଭଦ୍ରା ସହାୟତା ପାଇଁ ଆବେଦନ କରିସାରିଲେଣି । ଯେଉଁମାନେ ବାଦ୍ ପଡିଯିବେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ସାମିଲ ହେବେ ।

ପ୍ରଭାତି ପରିଡା ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୮ ଯାଏଁ ସୁଭଦ୍ରା ଆବେଦନ ପାଇଁ ସମୟ ସୀମା ରହିଛି । ତେଣୁ ଯେଉଁମାନେ ଇ-କେଓ୍ବାଇସି ଭରିନାହାନ୍ତି ସେମାନେ ଭରିଲେ ଯଙ୍କା ନିହାତି ପାଇପାରିବେ ।  ତେବେ ଏହି ବାରିପଦା ସଭାରେ ଯେଉଁ ମହିଳା ଏହି ସହାୟତା ପାଇଁ ପ୍ରଥମେ ଆବେଦନ କରିଥିବେ ଓ ଯେଉଁ ମହିଳା ୧ କୋଟିରେ ସେମାନଙ୍କୁ ସଭାରେ ସମ୍ମାନିତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.