ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ । ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ଭଦ୍ରକ ଏସପି ସୂଚନା ଦେଇଛନ୍ତି । ବ୍ୟାପକ ଉତ୍ତେଜନା ପରେ ନିୟନ୍ତ୍ରଣରେ ଭଦ୍ରକ ପୁରୁଣା ଥାନା ଅଞ୍ଚଳ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଛି ୧୬୩ ଧାରା । ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ଛକ ଛକରେ ପୋଲିସ ପୋଷ୍ଟ କରାଯାଇଛି । ଏଥିସହ ୨ କମ୍ପାନି ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

ସେହିପରି ଗଣ୍ଡଗୋଳର ମୁଖ୍ୟ ଅଭିଯୁକ୍ତ ସହ ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ୭ ଜଣ ଗିରଫ ହୋଇଛନ୍ତି ।  ସେପଟେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ୪୮ ଘଣ୍ଟା ପାଇଁ ପୂରା ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆ ବ୍ୟାନ୍। ହ୍ବାଟସ ଆପ, ଫେସବୁକ୍, ଏକ୍ସ ଓ ଅନ୍ୟ ଡାଟା ସେବା ଉପରେ ଲାଗିଛି କଟକଣା । ବ୍ରଡ୍ ବ୍ୟାଣ୍ଡ ଡାଏଲ ଅପ୍ ସିଷ୍ଟମ ଉପରେ ମଧ୍ୟ କଟକଣା ଲାଗିଛି । କୌଣସି ମିଥ୍ୟା ଗୁଜବ ପ୍ରଚାର ନକରି ଶାନ୍ତି ବଜାଇ ରଖିବା ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କରିବାକୁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୋଲିସ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିବା ସହ ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହା ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ ।

nis-ad
Leave A Reply

Your email address will not be published.