ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର: ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଓମ୍‌ଫେଡ୍‌ ଛକ ନିକଟରେ କାର୍‌ରୁ ଟଙ୍କା ଜବତ କଲା ପୋଲିସ । ୪ ଲକ୍ଷ ୭୭ ହଜାର ଟଙ୍କା ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୋଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା କରୁଛି। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ଆଜି ସକାଳୁ ସକାଳୁ ପୋଲିସର କଡା ଚେକିଙ୍ଗ ଚାଲିଥିବା ବେଳେ ଓମ୍ଫେଡ୍ ଛକରୁ ଧରା ପଡ଼ିଥିଲା ଅମାନିଆ ଗାଡି ଚାଳକ । ମଦପିଇ ଗାଡ଼ି ଚଳାଉଥିବା ବେଳେ ପୋଲିସ ବାରିକେଡ୍‌ରେ ଆସି ଗାଡିକୁ ପିଟି ଥିଲା । ଗାଡି ଚାଳକକୁ ଧରି ବ୍ରିଥ୍ ଅନାଲାଇଜର ଟେଷ୍ଟିଂ କରିବା ପରେ ସେ ମଦ୍ୟପାନ କରିଥିବା ନେଇ ଜଣାପଡିଥିଲା । ଏହାପରେ ଗାଡ଼ିର ଯାଞ୍ଚ କରିବା ବେଳେ ଗାଡିରୁ ବିଡା ବିଡ଼ା ଟଙ୍କା ସହ ଗୋଟିଏ ଲାପଟପକୁ ଜବତ କରିଛି ପୋଲିସ । ଏହାସହ ଗାଡ଼ିକୁ ସିଜ୍ କରିଛି ପୋଲିସ ।

nis-ad
Leave A Reply

Your email address will not be published.