ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର । ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ । ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ । ଗତକାଲି ରାତି ୧୧ଟାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜିଠୁ ସ୍ବାଭାବିକ ହୋଇଛି ସ୍ବାସ୍ଥ୍ୟସେବା । ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

୧୦ଦଫା ଦାବି ପୂରଣ ପାଇଁ ନର୍ସିଂ କର୍ମଚାରୀମାନେ ଚାରି ଦିନ ଧରି ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ସରକାର ସେମାନଙ୍କ ବିରୁଦ୍ଧରେ ଏସମା ଲାଗୁ କରିଥିଲେ ମଧ୍ୟ ଆନ୍ଦୋଳନରୁ ଓହରି ନଥିଲେ ।  ନର୍ସିଂ ଅଫିସର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବ୍ଯାପକ ଭାବେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା  ।

nis-ad
Leave A Reply

Your email address will not be published.