ଚତୁର୍ଥ ସ୍ତମ୍ଭ ବିନା ସାମ୍ବିଧାନିକ ବ୍ୟବସ୍ଥା ଚାଲିପାରିବ ନାହିଁ : ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ୧୦୦ ଦିନ ପୂର୍ତ୍ତି ସହିତ ଓଡିଶାରେ ମୋହନ ଚରଣ ମାଝିଙ୍କ ଭାରତୀୟ ଜନତା ପାର୍ଟି ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପକ୍ଷରୁ ସେକ୍ଟର-୨ ସାହାନାଇ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିନ ଅବସରରେ ମଞ୍ଚାସୀନ ଥିଲେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସମେତ ଜିଲ୍ଲା ବିଜେପି ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ ମଳୟ ମହାପାତ୍ର ଶଶାଙ୍କ ଜେନା ପ୍ରମୁଖ। ପ୍ରାରମ୍ଭିକ ସୂଚନା ପରେ ଜିଲ୍ଲା ବିଜେପି ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକ, ବିଜେପିର ମେମ୍ବରସିପ୍ ଡ୍ରାଇଭ ସହିତ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ୧୦୦ ଦିନର କାର୍ଯ୍ୟକ୍ରମ (ରିପୋର୍ଟ କାର୍ଡ)କୁ ପ୍ରଶଂସା କରିଥିଲେ। ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟର ବିଜେପି ସରକାର ଜୁନ୍ ୧୨ ତାରିଖରେ ଗଠନ ହେବା ପରେ ବିଧାୟକଙ୍କ ଶପଥପାଠ ଜୁନ୍ ୧୯ ତାରିଖରେ ଶେଷ ହୋଇଥିଲା। ବିଧାୟକ ଶ୍ରୀ ତନ୍ତୀ ସେହି ଦିନ ଠାରୁ ନିଜ ବିଧାନସଭା କ୍ଷେତ୍ରର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗସ୍ତ କରି ଲୋକମାନଙ୍କ ସମସ୍ଯା ବିଷୟରେ ଅବଗତ ହୋଇଥିଲେ।

ଏହାପରେ ରାଉରକେଲା ସରକାରୀ ଡାକ୍ତରଖାନାର ସମସ୍ଯାକୁ ନିରାକରଣ ଦିଗରେ ପଦକ୍ଷେପ ନେବା ସହିତ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବେସାମରିକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଗସ୍ତ କରି ଲୋକମାନଙ୍କ ସମସ୍ଯାକୁ ଦୂର କରିବା ଦିଗରେ ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ କହିଥିଲେ। ରାଜ୍ଯରେ ବିଜେପିର ମୋହନ ମାଝୀଙ୍କ ସରକାର, ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ସ୍ବରୂପ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ସମେତ ଚାଷୀଙ୍କ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଏବଂ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରି ବ୍ଯାଙ୍କ୍ ମାଧ୍ୟମରେ ପ୍ରଥମ ଥରରେ ୫ ହଜାର ଟଙ୍କା ଦେଇ ପ୍ରତିଶ୍ରୁତି ପୂରଣ କରିଥିବା ବେଳେ, ବିଧାୟକ ଦୁର୍ଗା ଚରଣ ତନ୍ତୀ ଇସ୍ପାତ ସହରର ରାସ୍ତାଘାଟ, ପାଣିର ସମସ୍ଯାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ସହ ଡିଆଇସି, ଇଡିପିଏଙ୍କ ସହିତ ଆଲୋଚନା କରିଥିଲେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏଥି ସହିତ ଜନଜାତି ବିକାଶ ଅଭିଯାନରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତ୍ରାଳୟକୁ ୭୯,୧୫୬ କୋଟି ଟଙ୍କା ଦେଇଥିବାରୁ ଶ୍ରୀ ତନ୍ତୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଧାୟକ ଶ୍ରୀ ତନ୍ତୀ ପୋଲିସ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ସହିତ ଆଲୋଚନା କରିବା ବିଷୟରେ କହିଥିଲେ।

ଏଥିସହିତ ସାମ୍ବାଦିକଙ୍କୁ ପ୍ରଶଂସା କରି ଚତୁର୍ଥ ସ୍ତମ୍ଭ ବିନା ସାମ୍ବିଧାନିକ ବ୍ଯବସ୍ଥା ଚାଲିପାରିବ ନାହିଁ ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ। ରାଉରକେଲା କଲେଜର ନୂତନ ଭାବେ ନିର୍ମାଣ କରାଯାଇଥିବା ହଷ୍ଟେଲକୁ ବିଦ୍ଯୁତ ସଂଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ରାଉରକେଲା ସହରରେ ହାଉସିଂ ବୋର୍ଡ ଓ ରାଉରକେଲା ଡେଭଲପମେଣ୍ଟ ଅଥରିଟି ଦ୍ବାରା ହାଉସିଂ ପ୍ରୋଜେକ୍ଟ ନନିଆଯାଇଥିବା ହେତୁ ସରକାରୀ ଜାଗାରେ ବସ୍ତି ଗଢି ଉଠିବା ଏବଂ ମଧ୍ଯବିତ୍ତ ପରିବାରଙ୍କ ସମେତ ବୁଦ୍ଧିଜୀବୀ ଓ ସାମ୍ବାଦିକ ଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବିଧାୟକ ଶ୍ରୀ ତନ୍ତୀ, ଏ ବିଷୟରେ ଧ୍ଯାନ ଦେଇ ବିଧାନସଭା ବୈଠକରେ ଆଲୋଚନା କରିବା ସହିତ ସାମ୍ବାଦିକଙ୍କୁ ଗୃହ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

nis-ad
Leave A Reply

Your email address will not be published.