ପ୍ରାକୃତିକ କୃଷିକୁ ସୁଦୃଢ କରିବା ପାଇଁ କନ୍ଧମାଳ ଚାପ୍ଟର ଉଦ୍ଘାଟିତ

ଫୁଲବାଣୀ : ପ୍ରାକୃତିକ କୃଷିକୁ କନ୍ଧମାଳ ଜିଲ୍ଲା ସ୍ତରରେ ଆଗେଇନବା ପାଇଁ ପ୍ରାକୃତିକ କୃଷି ଜାତୀୟ ସଂଘର ମୁଖ୍ୟ ପ୍ରମେଲ ଗୁପ୍ତାଙ୍କ ଦ୍ୱାରା ରାଇକିଆ ଠାରେ କନ୍ଧମାଳ ଚାପ୍ଟର ସୁଭ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ କୃଷିକୁ ଗ୍ରାମ ସ୍ଥରରେ ଆଗେଇ ନେଉଥିବା ଅନୁଷ୍ଠାନ ଓ ଚାଷି ସଂଘ ମାନେ ଯୋଗଦେଇଥିଲେ । ସେହି ମଧ୍ୟରୁ ଜାଗୃତି, ଶାନ୍ତି ମୈତ୍ରୀ, ହରସା ଟ୍ରଷ୍ଟ, ରାଇକିଆ ଚାଷି ସଂଘ ଓ ସ୍ୱାତୀ ନିଜ ନିଜର ପ୍ରାକୃତିକ କୃଷି ଅଭିଜ୍ଞତା ପ୍ରକାଶ କରିଥିଲେ । ଏହି ସଭାରେ ପ୍ରାକୃତିକ କୃଷି ରାଜ୍ୟ ଆବାହକ ଏକାଦଶି ନନ୍ଦି ପ୍ରାକୃତିକ କୃଷି ଓ ସ୍ୱାସ୍ଥ୍ୟ ବିଷୟ ରେ ଜିଲ୍ଲାର ବିଭିନ୍ନ ଫସଲ ଉପରେ ନିଜ ଅନୁଭୁତି ରଖିଥିଲେ । ରାଜ୍ୟ ପ୍ରାକୃତିକ କୃଷି ସଂଘର ସଂଯୋଜକ ଡାଃ .ଇମ୍ରାନ ମାଟିର ଜତ୍ନ ଓ ଦେଶି ବିହନ ଉପରେ ଆଲୋକ ପାତ କରିଥିଲେ । ଶ୍ରୀ ଗୁପ୍ତା ନିଜର ଅଭିଭାସଣ ରେ ଜିଲ୍ଲାରେ କିପରି ୧୫୦୦ ପ୍ରାକୃତିକ କୃଷି ଚମ୍ପିଆନ ଚାଷି ବାହାରିବେ ଓ ସେମାନଙ୍କର ଦକ୍ଷତା ବୃଧି କରି ସଂପ୍ରସାରଣ ର ଏକ ଯୋଜନା ରଖିଥିଲେ । ଏହା ସହିତ ରାଇକିଆ ବ୍ଲକର ଲାମ୍ବଡିକିଆର ମା ଲକ୍ଷ୍ମି ସ୍ୱୟଂସହାୟକ ଦଲ ଦ୍ୱାରା ୧୪ ପ୍ରକାର ଦେଶି ଧାନ ଚାଷ ଦେଖିବା ସହିତ କାଣ୍ଡାବେଡାର ମା ଅଣ୍ଣପୁଣ୍ଣା ସ୍ୱୟଂସହାୟକ ଦଳର ୧୦ ଏକର ଜମିର ବିଭିନ୍ନ ପ୍ରକାର ଦେଶି ଚାଷ ବୁଲି ଦେଖିଥିଲେ । ଶ୍ରୀ ଗୁପ୍ତା ମା ମାନଙ୍କର ଆଗ୍ରହ ଓ ଚେଷ୍ଟାରେ ଅଭିଭୁତ ହୋଇଥିଲେ ବୋଲି ନିଜ ଅଭିଭାଷଣ ରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୁଦୁର କଲିକତାରୁ ଆସିଥିବା ଦଶରା ଅନୁଷ୍ଠାନର ନବିନ ଜଏସଓାଲା ଦେଖିଥିବା ଚାଷି ଅନୁଭୁତି କୁ ନିଜ କାର୍ଯ୍ୟକ୍ରମର ଆପଣେଇବେ ବୋଲି କହିଥିଲେ । ସଭା ଆରମ୍ଭରୁ ଦେଶି ମାଣ୍ଡିଆ ରେ ପ୍ରସ୍ତୁତ କେକ୍, ପିଠା ଓ ବିସ୍କୁଟ ଅତିଥି ମାନଙ୍କୁ ଗ୍ରାମ ଲୋକମାନେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱାତୀର ସଂପାଦକ ଇଂ ହରିଶଙ୍କର ରାଉତ ପରିଚାଳନା କରି ଆଗାମି ଦିନରେ ପ୍ରାକୃତିକ କୃଷି କନ୍ଧମାଳ ଜିଲ୍ଲା କିପରି ରାଜ୍ୟ ରେ ଆଦର୍ଶ ଓ ଅଗ୍ରଣୀ ହେବ ଉପସ୍ଥିତ ଥିବା ଅତିଥି ମାନଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜନ ସ୍ୱାତୀ ଓ ଗ୍ରାମବାସି କରିଥିଲେ । କାର୍ଯ୍ୟ ପରିଚାଳନାରେ ଗିରିଶ ଚନ୍ଦ୍ର ସାମଲ, ବିଶ୍ୱରଞ୍ଜନ ଦଳବେହେରା, ମିନାଖି ଦାସ,ହୃସିକେସ ଆମାୟତ, ପ୍ରସନ ବାରିକ ଓ ପ୍ରଦୀପ ସ୍ୱାଇଁ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.