ଲୋକଙ୍କୁ ଭକୁଆ ବନାଉଛି ଟାଟା ପାୱାର……!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଏବେ ଟାଟା ପାୱାର ସ୍ମାର୍ଟ ମିଟର ସଂଯୋଗ କରବା ଅଭିଯାନ ଆରମ୍ଭ କରିଛି । ସ୍ମାର୍ଟ ମିଟର କୁ ଗ୍ରାହକ ସହଜ ରେ ଗ୍ରହଣ କରୁନାହାନ୍ତି। ବିଭିନ୍ନ ଗ୍ରାହକଙ୍କ ଗୃହରେ ପୂର୍ବରୁ ଲାଗିଥିବା ଇଲୋ କ୍ଟ୍ରୋନିକ୍ସ ମିଟର କୁ ଟେମ୍ପୋରିଙ୍ଗ ହୋଇଥିବାର ଆଳ ଦେଖାଇ ଏହି ସ୍ମାର୍ଟ ମିଟର ସଂଯୋଗ କରାଯାଉଥିବା ଅଭିଯୋଗ ହେଉଛି । ସ୍ମାର୍ଟ ମିଟର ରେ ମାତ୍ରାଧିକ ବିଲ ଆସୁଥିବା କଥାକୁ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଟାଟା ପାୱାର ମଧ୍ୟ ମାନିବାକୁ ନାରାଜ।ନିର୍ବାଚନ ସମୟରେ ବିଜେଡ଼ି ବିଜେପି ମାଗଣା ବିଦ୍ୟୁତ ଦେବା ନେଇ ନିର୍ବାଚନ ଲଢ଼ିଥିଲେ। ଏବେ ରାଜ୍ୟରେ ନୂତନ ସରକାର ଆସିଥିଲେ ବି ସେ ପୁରୁଣା ଢାଞ୍ଚା ରେ ଗ୍ରାହକଙ୍କୁ ଶୋଷଣ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। ଡ଼ବଲ ଇଞ୍ଜିନ ଥିବା ରାଜ୍ୟରେ ଲୋକଙ୍କୁ ମାଗଣା ବିଦ୍ୟୁତ ସେବା ମିଳୁନାହିଁ ବୋଲି ଲୋକେ ଅଭିଯୋଗ କରିଲେଣି । ମାଗଣା ବିଦ୍ୟୁତ ଦେବା ଧୂଆଁବାଣ ହୋଇଥିଲେ ବି ଏବେ ପୁଣି ସ୍ମାର୍ଟ ମିଟର ଲଗାଇବା କଟା ଘାରେ ଚୂନ ସଦୃଶ୍ୟ ବୋଲି ଲୋକେ କହିଲେଣି ।
Sign in
Sign in
Recover your password.
A password will be e-mailed to you.