ବାର୍ଡ-ଫ୍ଲୁ ନେଇ ତିନି ଜଣିଆ କେନ୍ଦ୍ରୀୟ ଟିମ୍‌ଙ୍କ ତନାଘନା

ପୁରୀ ଜିଲ୍ଲାରେ ଚିନ୍ତା ବଢ଼ାଇଛି ବାର୍ଡ-ଫ୍ଲୁ। ନିମାପଡ଼ା ବ୍ଲକ ଅନ୍ତର୍ଗତ କୋଠକୁସାଙ୍ଗ ବାର୍ଡ-ଫ୍ଲୁ ଚିହ୍ନଟ ହେବାପରେ ଆଜି ଅପରାହ୍ନରେ କୋଠକୁସାଙ୍ଗ ବ୍ରଏଲର ଫାର୍ମରେ ଭାରତ ସରକାରଙ୍କ ତରଫରୁ ତିନି ଜଣିଆ ପ୍ରାଣୀରୋଗ ବିଶେଷଜ୍ଞ ପହଞ୍ଚି ଏକ କିଲୋମିଟର ଭିତରେ ଥିବା ଫାର୍ମଗୁଡ଼ିକରେ ନୂଆସନ୍ଥ ଅଧୀନ ଦାସପୁରଷତମପୁର, ବାଲିପଦା, ବକୁଗ୍ରାମରେ ତଦନ୍ତ ଚଲାଇଛନ୍ତି।

ତିନି ଜଣିଆ ପ୍ରାଣୀରୋଗ ବିଶେଷଜ୍ଞ କୁକୁଡ଼ା ଫାର୍ମରେ ପହଞ୍ଚି ଏକ କିଲୋମିଟର ଭିତରେ ଥିବା ଫାର୍ମଗୁଡ଼ିକରେ ନୂଆସନ୍ଥ ଅଧୀନ ଦାସପୁରଷତମପୁର, ବାଲିପଦା, ବକୁଗ୍ରାମରେ ତଦନ୍ତ ଚଲାଇଛନ୍ତି।
ସୂଚନା ମୁତାବକ ବୁଧବାର ଦିନ କୋଠକୁସାଙ୍ଗଗ୍ରାମର ଚାଷୀ ଅତୁଲ୍ୟ ନାରାୟଣ ସିଂଙ୍ଗଙ୍କ ବଏଲର ଫାର୍ମରେ ଭାରତ ସରକାରଙ୍କ ତିନି ଜଣିଆ ପ୍ରାଣୀ ରୋଗ ବିଶେଷଜ୍ଞ ଡଃ ଅଭିଜିତ ମିତ୍ରା, ସହ ପ୍ରାଣୀ ରୋଗ ବିଶେଷଜ୍ଞ ଡଃ ଅଧିରାଜ ମିଶ୍ରା ଓ ରାମାଶିଷ ହାଜେରା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ୧୦ଜଣ ଲେଖାଏଁ ରାପିଡ଼ ରେସ୍ପିନ୍ସ ଟିମକୁ କୁକୁଡ଼ା କେବେ ମଲେ ଏବଂ ସେମାନଙ୍କ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଭାରତ ସରକାରଙ୍କ ପ୍ରାଣୀ ରୋଗ ବିଶେଷଜ୍ଞ ଡଃ ଅଭିଜିତ୍ ମିତ୍ରାଙ୍କୁ ଏହି ବାର୍ଡ-ଫ୍ଲୁ ରୋଗ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ଏହି ରୋଗ କୁକୁଡ଼ାଙ୍କମାନଙ୍କ ପାଖରେ ଦେଖାଯାଏ। ଜଙ୍ଗଲରେ ରହୁଥିବା ପକ୍ଷୀ, ଗାଈମାନଙ୍କ କ୍ଷେତ୍ରରେ ଦେଖାଦିଏ ଏବଂ ମନୁଷ୍ୟ ଶରୀରରେ ମଧ୍ୟ ଦେଖାଦେଇପାରେ। ଆଜି ପର୍ଯ୍ୟନ୍ତ କିନ୍ତୁ ମନୁଷ୍ୟମାନଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଇ ନାହିଁ। ଚିହ୍ନଟ ହୋଇଥିବା କୁକୁଡ଼ା ଫାର୍ମ ଚାଷୀଙ୍କୁ ଆଇସୋଲେସନରେ ରହିବାପାଇଁ ପରାମର୍ଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଭେଟନାରୀ ସରର୍ଯନ ଡଃ ରାଜେଶ ପାଣିଗ୍ରାହୀ, ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ପ୍ରଦିପ କୁମାର ସେଠ୍, ଅତିରିକ୍ତ ନିର୍ଦେଶକ ଡଃ ମିହିର ନାୟକ, ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଅଧିକାରୀ ଉମାଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.