ଜିଅନ୍ତା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ…


ନବରଙ୍ଗପୁର : କୋଡିଙ୍ଗା ବନାଞ୍ଚଳ ଅଧିନସ୍ଥ ବାଗିନୀ ଗ୍ରାମ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା କୁ୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ମୂଲଚାଲ ଚାଲିଥିବା ସମୟରେ ମାଡ଼ି ବସିଛନ୍ତି ବନବିଭାଗ କର୍ମଚାରୀ l ଫଳରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି l ଅଭିଯୁକ୍ତ ଜଣକ ହେଉଛନ୍ତି କୋଷାଗୁମୁଡା ବ୍ଲକର ଜୁନାପାଣି ଗ୍ରାମର କମଳ ସିଂ ଗୌଡ଼ l ଉଦ୍ଧାର ବଜ୍ରକାପ୍ତା ର ଓଜନ ପ୍ରାୟ ୮.୯୭୦ କିଲୋଗ୍ରାମ ହୋଇଥିବା ବେଳେ ତାହାର ଆୟୁ ୫ ବର୍ଷ ହୋଇଥିବା ଆନୁମାନ କରିଛି ବନବିଭାଗ l ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଧେଶରେ କୋଡିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ବନପାଳ ପ୍ରଭାତ ବିଷୋଇ, ବନରକ୍ଷୀ ଉମାଶଙ୍କର ପାଣିଗ୍ରାହୀ ଓ ଦୀପକ ପ୍ରଧାନ କୋଡିଙ୍ଗା ବନାଞ୍ଚଳର ପାରା ଷ୍ଟାଫ ଏବଂ ବନଖଣ୍ଡ ଅଧିକାରୀ ଗଠନ କରିଥିବା ଏକ ସ୍ଵତନ୍ତ୍ର ଟିମ୍ ଏହି ଚଢ଼ାଉ କରିଥିଲେ l ଅଭିଯୁକ୍ତ ଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ସହିତ ଗୋଟିଏ ମୋଟର ସାଇକେଲ ଏବଂ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି l ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ବନବିଭାଗ ସେମାଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି l

nis-ad
Leave A Reply

Your email address will not be published.