ରାଜ ଚାଉଁରିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ପ୍ରବେଶ ଉତ୍ସବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷlଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ସ୍ଥିତ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ଚଳିତ 2024-25 ଶିକ୍ଷା ବର୍ଷ ପାଇଁ +2 ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ଆୟୋଜନ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷା ଅମିତା ରାୟଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମେରେ ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି ମୁଖ୍ୟ ଅତିଥି ଭାବେ,କୋଷଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା , ଉପାଧକ୍ଷ ବିବେକ କୁମାର ମହାଳିକ, ରବି ନାରାୟଣ ପାଣିଗ୍ରାହୀ ,ଦାମୋଦର ସାହୁ ,ପଞ୍ଚାନନ ଦୂରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନର ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଏକାଡେମୀ ମୁଖ୍ୟ ତଥା ଯୁବ ରେଡ଼କ୍ରସ କାଉନସିଲର ଶ୍ରୀ ଅଖିଳ କୁମାର ଭଟ୍ଟ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ସୁନ୍ଦର ମଞ୍ଚ ସଂଯୋଜନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମୁଖ୍ୟ ଅତିଥି ନବାଗତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ମା, ମାଟି ଓ ମଣିଷ କୁ ସମ୍ମାନ ଦେଇ ଭଲ ପାଠ ପଢ଼ି ନିଜର ଅନୁଷ୍ଠାନର ତଥା ପିତାମାତାଙ୍କ ସମ୍ମାନ ବୃଦ୍ଧି କରିବା ପାଇଁ ମାର୍ଗଦର୍ଶନ କରିଥିଲା l

ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ ଆଜିର ପ୍ରତିଯୋଗିତା ଯୁଗରେ କଠିନ ଅଧ୍ୟବ୍ୟସାୟ ସହ ବର୍ତ୍ତମାନର ସମୟ ହେଉଅଛି ମହତ୍ କାର୍ଯ୍ୟ କରି ଜୀବନରେ ଭଲ ମଣିଷ ହେବାର ପ୍ରକୃଷ୍ଟ ସମୟ ଏହାକୁ ସଠିକ୍ ଭାବେ ବିନିଯୋଗ କରି ଭଲ ମଣିଷ ହେବାର ସ୍ଵପ୍ନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ l ଅନୁଷ୍ଠାନର ମୁଖ୍ୟ ଅଧ୍ୟକ୍ଷା ଶ୍ରୀମତୀ ଅମିତା ରାୟ ଚଳିତ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ଵାଗତ କରିବା ସହ ଉତ୍ତମ ଶିକ୍ଷ୍ୟା ଗ୍ରହଣ କରି ଉଚ୍ଚ ଶିକ୍ଷିତ ହେବା ପାଇଁ ପରାମର୍ଶ ଦେଇଥିଲେ l ଉପାଧ୍ୟକ୍ଷ ବିବେକ କୁମାର ମହାଳିକ ଅନୁଷ୍ଠାନର ଦୀର୍ଘ 27 ବର୍ଷର ଇତିହାସ ସଂପର୍କରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିବା ବେଳେ ଶେଷରେ ଡ ରବି ନାରାୟଣ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଥିବା ସମସ୍ୟା ସଂପର୍କରେ ଅବଗତ ହେବା ସହ ସେ ସବୁକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ, ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.