ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ୬ ଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ମୂଳ ନୀବାସୀ ଅନୁସୂଚିତ ଜାତିସଙ୍ଘର ଜିଲ୍ଲା ସଭାପତି,ସେକ୍ରେଟାରୀ କୋଷାଧକ୍ଷ,ଓ ଆନ୍ୟନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଆଜି ଭୁବନେଶ୍ୱରରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମାନ୍ୟବର ଆଦିବାସୀ ଓ ହରିଜନ ଉନ୍ନୟନ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ସାକ୍ଷାତ କରି ଏକ ଲିଖିତ ଦାବି ପତ୍ର ଦେଇଥିବା ସୂଚନା ମିଲିଛି । ଉକ୍ତ ଦାବୀପତ୍ରରେ ଉଲ୍ଲେଖ ରହିଛି କି ନବରଙ୍ଗପୁର ଜିଲ୍ଲାର ସମୁଦାୟ ଜନସଂଖ୍ୟାର ପ୍ରାୟ ୩୮ ପ୍ରତିଶତ ଲୋକ ଅନୁସୂଚିତ ଜାତି ସମ୍ପ୍ରଦାୟର ଅଟନ୍ତି, ତାଛଡା ନବରଙ୍ଗପୁର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସଦୃଶ, ହେଲେ ଜିଲ୍ଲାରେ ସମସ୍ତ ସଂରକ୍ଷଣ ଅନ୍ୟ ସମ୍ପ୍ରଦାୟର ଜନସାଧାରଣ ମାନଙ୍କୁ ମିଳୁଥିବା ବେଲେ ଅନୁସୂଚିତ ଜାତି ସମ୍ପ୍ରଦାୟର ଜନସାଧାରଣ ନାମକୁ ମାତ୍ର ସଂରକ୍ଷଣ ଭୁକ୍ତ ହୋଇ ରହି ଯାଇଛନ୍ତି। ଶିକ୍ଷା, ଚାକିରୀ, ରାଜନୀତି ଭଳି ପ୍ରମୁଖ କ୍ଷେତ୍ରରେ ସେମାନଙ୍କୁ ଅବହେଳା କରାଯାଉଛି ପ୍ରଥମତଃ ଅନୁସୂଚିତ ଜାତି ସମ୍ପ୍ରଦାୟର ପିଲା ମାନଙ୍କ ପାଇଁ ଜିଲ୍ଲାରେ କୌଣସି ସ୍ୱତନ୍ତ୍ର ସଂରକ୍ଷଣ ନାହିଁ ଦ୍ଵିତୀୟତଃ ଅନୁସୂଚିତ ଜାତି ସମ୍ପ୍ରଦାୟର ଜନସାଧାରଣଙ୍କ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଂଚାୟତ ସମିତି ଅଧ୍ୟକ୍ଷ, ଗ୍ରାମ ପଂଚାୟତ ସରପଞ୍ଚ, ସମବାୟ ସମିତି ସଭାପତି ଆଦି ପଦ ପଦବୀ ପାଇଁ ମଧ୍ୟ ସଂରକ୍ଷଣ ନାହିଁ ତୃତୀୟତଃ ଶିକ୍ଷା, ଚାକିରୀ ଓ ରାଜନୀତି କ୍ଷେତ୍ରରେ ମଧ୍ୟ ଅନୁସୂଚିତ ଜାତି ସମ୍ପ୍ରଦାୟର ଲୋକଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ନାହିଁ, ଏପରିକି ଅଙ୍ଗନବାଡି କର୍ମୀ, ହୋମଗାର୍ଡ ଓ ପିଅନ ପଦବୀ ପାଇଁ ମଧ୍ୟ ସଂରକ୍ଷଣ ନାହିଁ ଚତୁର୍ଥତଃ ଅନୁସୂଚିତ ଜାତି ସଂଘର ସଭା ସମିତି ପାଇଁ ଜିଲ୍ଲାରେ ସ୍ୱତନ୍ତ୍ର ସ୍ଥାନ ନାହିଁ କି ସ୍ୱତନ୍ତ୍ର ବୈଠକ ଗୃହ ନାହିଁ। ପଞ୍ଚମତଃ ବ୍ଲକ ଓ ଜିଲ୍ଲା ସ୍ତରୀୟ ସମସ୍ତ ସରକାରୀ ସାହାଯ୍ୟ ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜାତି ସମ୍ପ୍ରଦାୟର ଜନସାଧାରଣଙ୍କୁ ଦିଆଯାଉନି ଏହି ଭଳି ଛଅଗୋଟି ଦାବୀ ଆଜି ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।ତତ ସହିତ ପଂଚାୟତ ସମିତି ଓ ଜିଲ୍ଲା ପରିଷଦ ସଭାରେ ଅନୁସୂଚିତ ଜାତି ସମ୍ପ୍ରଦାୟର ଜନସାଧାରଣଙ୍କୁ ସଭ୍ୟ ଭାବେ ଉପସ୍ଥିତ ରହିବାକୁ ଅନୁମତି ପ୍ରଦାନ କରିବା ଓ ଅନ୍ୟ ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନଙ୍କ ଭଳି ଅନୁସୂଚିତ ଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ପ୍ରତି ବ୍ଲକରେ ସ୍କୁଲ, କଲେଜ ଓ ହଷ୍ଟେଲ ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ ଉକ୍ତ ଦାବିପତ୍ର ମାଧ୍ୟମରେ କରିବା ସହିତ ନବରଙ୍ଗପୁର ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜାତି ସମ୍ପ୍ରଦାୟ ମାନଙ୍କ ପାଇଁ ସମସ୍ତ କ୍ଷେତ୍ରରେ ୩୮ପ୍ରତିଶତ ସ୍ଥାନ ସଂରକ୍ଷଣ ସହିତ ସମସ୍ତ ସରକାରୀ ସୁବିଧା ଯେପରି ପାଇପାରିବେ ତାର ବ୍ୟବସ୍ଥା କରାଯିବା ନେଇ ଅନୁରୋଧ କରିଛନ୍ତି।ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜାତିସଂଘର ଜିଲ୍ଲା ସଭାପତି ଅର୍ଜୁନ ସମରଥ, ଜିଲ୍ଲା ସେକ୍ରେଟାରୀ ଡମ୍ବରୁ ହରିଜନ,ଝରୀଗାଁ ବ୍ଲକ ସଭାପତି ପଦ୍ମନାଭ ଦୁରିଆ (ପ୍ରତାପ ),ପୂର୍ଣ୍ଣଚନ୍ଦ୍ର ବାଗ, ହାଡ଼ିବନ୍ଧୁ ସମରଥ,ପବିତ୍ର ଜଗତ, ମଣିରାମ ହରିଜନ, ଧନସାୟ ନାଇକ,ଜିଲ୍ଲା ମେମ୍ବର ଚୈତନ୍ୟ ଖମାରୀ, ନୀଳାମ୍ବର ହରିଜନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.