ମାଲକାନଗିରି,: ମାଲକାନଗିରି ଜିଲ୍ଲାର ବାଦାମ ଓ ମୁଗ ଚାଷୀମାନେ ଯେପରି ଅସୁବିଧା ଭୋଗ ନକରି ଉପଯୁକ୍ତ ମୂଲ୍ୟରେ ସେମାନ ଉତ୍ପାଦିତ ବାଦାମ ଓ ମୁଗ ବିକ୍ରୟ କରିବେ ସେନେଇ ମାଲକାନଗିର ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୧୭ଟି ମଣ୍ଡି ଖୋଲାଯାଇଛି । ଆଜି ନିୟନ୍ତ୍ରିତ ବଜାର କମିଟି ପରିସରରେ ବାଦମ ଓ ମୁଗ ମଣ୍ଡି କୁ ଜିଲ୍ଲାପାଳ ସଚିନ ପାୱାର ଉଦଘାଟନ କରିଛନ୍ତି । ମାଲକାନଗିରି ଜିଲ୍ଲାରେ କାଲିମେଳା, ମାଲକାନଗିରି,ଏମପିଭି୮୧,ପଡିଆ,କୋରକୁଣ୍ଡା,ପଦ୍ମଗିରି,ଏଭି୭୯,ବେଜାଙ୍ଗିଡା,ଗୋବିନ୍ଦପାଲି, ମାଥିଲି,ଉଣ୍ଡୁରକୋଣ୍ଡା,ସୋମନାଥପୁର,ପୁଷୁଗୁଡା,ଚିତ୍ରାଙ୍ଗପାଲି,ପିଟାକଟା,ଖଇରପୁଟ,କୁଡୁମୁଲୁଗୁମା ଠାରେ ବାଦାମ ଓ ମୁଗ ମଣ୍ଡି ଖୋଲା ଯାଇଛି, ଚାଷୀ ମାନଙ୍କ ଠାରୁ ଏଫକ୍ୟୁ ମାନର ବାଦାମ କୁଇଁଟାଲ ପ୍ରତି ୬୩୭୭ ଟଙ୍କା ଓ ମୁଗ କୁଇଂଟାଲ ପିଛା ୮୫୫୮ଟଙ୍କାରେ କିଣାଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲାରେ ପାଇଁ ଲକ୍ଷ ଧାର୍ଯ୍ୟ ରହିଥିବାର କୃଷିବିଭାଗ ପକ୍ଷରୁ ସୁଚନା ମିଳିଛି । ମାଲକାନଗିରି ଜିଲ୍ଲା ବାଦମା ଚାଷପାଇଁ ପ୍ରଷିଦ୍ଧ ଲାଭକରିଛି,ଚଳିତ ବର୍ଷ ଚାଷିଙ୍କ ଠାରୁ ୧୬୧୬ମ୍ୟାଟ୍ରିକ ଟନ ଚିନାବାଦାମ, ୧୪୪ ମ୍ୟାଟ୍ରିକ ଟନ ମୁଗ ଓ ୮୫ ମ୍ୟାଟ୍ରିକ ଟନ ବିରି ମଣ୍ଡିରେ କ୍ରୟହେବାପାଇଁ ନିଷ୍ପତି ନିଆଯାଇଛି । ଆଜି ସକାଳେ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସରରେ ମୁଖ୍ୟ ଜିଲ୍ଲାକୃଷିଅଧିକାରୀ ଜେ.ସୂର୍ଯ୍ୟରାଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସଚିନ ପାୱାର ,ସମ୍ମାନିତ ଅତିଥିଭାବେ ଡିଆରସିଏସ ବିକାଶଚନ୍ଦ୍ର ନାୟକ, ମାର୍କଫେଡ ଜିଲ୍ଲା ପରିଚାଳକ ପ୍ରଦିପ ଭଟମିଶ୍ର ଉପସ୍ଥିତ ରହି ବାଦାମ ଓ ମୁଗ ମଣ୍ଡିକୁ ଲୋକାର୍ପିତ କରିଥିଲେ । ପ୍ରଥମେ ଜିଲ୍ଲାପାଳ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ରେ ମାଲ୍ୟର୍ପଣ କରି ପ୍ରଦୀପପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ମଣ୍ଡିକୁ ଉଦଘାଟନ କରିବା ପରେ ତିନିଜଣ ବାଦାମ ଚାଷୀ ନଡିଆ ଭାଙ୍ଗିବା ପରେ ଚାଷିଙ୍କ ଠାରୁ ବାଦାମ ଓ ମୁଗ କ୍ରୟ ଆରମ୍ଭ କରାଯାଇଥିଲା,ଏହି କାର୍ଯ୍ୟକ୍ରମ କୁ ନିୟନ୍ତ୍ରୀତ ବଜାର କମିଟିର ଉଦୟଭାନୁ ପାତ୍ର ପରିଚାଳନା କରିଥିଲେ । ମଣ୍ଡି ଉଦଘାଟନ ରେ ସମସ୍ତ ଲ୍ୟାମ୍ପସ ଏମଡି,ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ । ମଣ୍ଡିରେ ବାଦାମ ଓ ମୁଗ ବିକ୍ରୟପାଇଁ ପ୍ରାୟ ତିନିହଜାର ଚାଷିପ୍ରଥମ ପର୍ଯ୍ୟାୟରେ ଲ୍ୟାମ୍ପସ ଗୁଡିକରେ ସେମାନଙ୍କ ନାମପଜିଂକୃତ କରିଛନ୍ତି । ପ୍ରତ୍ୟେକ ଚାଷୀ ଏକର ପିଛା ୬କୁଇଂଟାଲ ହିସାବରେ ଗୋଟିଏ ଦିନରେ୨୫କୁଇଂଟାଲ ପର୍ଯ୍ୟନ୍ତ ଚିନାବାଦମ ଓ ଏକର ପିଛା୨କୁଇଂଟାଲ ହିସାବରେ ଗୋଟିଏ ଦିନରେ୨୫କୁଇଂଟାଲ ପର୍ଯ୍ୟତ ମୁଗ ମଣ୍ଡିରେ ବିକ୍ରୀ କରିପାରିବେ ।
