ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବୁ ନାହିଁ, କିନ୍ତୁ ଏନଡିଏ ସହ ରହିବୁ : ଅଜିତ ପାଓ୍ବାର

ମୁମ୍ବାଇ: ଏନସିପି ଅଜିତ ପାୱାର ଗୋଷ୍ଠୀକୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିନାହିଁ । ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିିଥିବାବେଳେ ଏକ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆମକୁ କହିଥିଲେ ଯେ ଆପଣଙ୍କ ପାଖରେ କେବଳ ଗୋଟିଏ ଆସନ ଥିଲେ ମଧ୍ୟ ଆପଣଙ୍କୁ ମନ୍ତ୍ରୀ ପଦ ଦେବୁ । କିନ୍ତୁ ଆମେ ସ୍ପଷ୍ଟ କରିଥିଲୁ ଯେ ଆମେ ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବୁ ନାହିଁ କିନ୍ତୁ ଆମେ ଏନଡିଏ ସହିତ ରହିବୁ ।
ଏନସିପିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମହାରାଷ୍ଟ୍ରର ଡେପୁଟି ସିଏମ କହିଛନ୍ତି, ଗତକାଲି ମୁଁ, ପ୍ରଫୁଲ୍ଲ ପଟେଲ ଏବଂ ସୁନୀଲ ତଟକରେ, ସମସ୍ତେ ଦିଲ୍ଲୀରେ ଥିଲୁ । ଆମେ ଏକାଠି ନିଷ୍ପତ୍ତି ନେଇଥିଲୁ ଏବଂ ଏକ ବୈଠକ କରିଥିଲୁ। ପ୍ରଧାନମନ୍ତ୍ରୀ ଆମକୁ କହିଥିଲେ ଯେ ଆପଣଙ୍କୁ ଆମକୁ ମନ୍ତ୍ରୀ ପଦ ଦେବାକୁ ପଡିବ । ଯଦିଓ ଆପଣଙ୍କ ପାଖରେ କେବଳ ଗୋଟିଏ ସିଟ୍ ଅଛି । ପ୍ରଫୁଲ୍ଲ ପଟେଲଙ୍କୁ କ୍ୟାବିନେଟ୍ ପଦ ଦେବାକୁ ପଡ଼ିବ ବୋଲି ଆମେ ସେମାନଙ୍କୁ କହିଥିଲୁ। ମୋଦୀ କହିଥିଲେ, ଏକନାଥ ସିନ୍ଦେଙ୍କ ୭ ଜଣ ସାଂସଦ ଅଛନ୍ତି। ସେମାନଙ୍କୁ ମଧ୍ୟ ମନ୍ତ୍ରୀପଦ ଦେବାକୁ ପଡ଼ିବ। ଏହାର ଜବାବରେ ଆମେ ତାଙ୍କୁ ସ୍ପଷ୍ଟ ଭାବେ କହିଥିଲୁ ଯେ ଆମେ ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବୁ ନାହିଁ କିନ୍ତୁ ଆମେ ଏନଡିଏ ସହିତ ରହିବୁ।

nis-ad
Leave A Reply

Your email address will not be published.