ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଶପଥ ନେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଜନତା ମାଇଦାନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ଏଥିସହ ଦଳର ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଓଡିଶାରେ ଗଠନ ହେବ ନୂତନ ସରକାର । ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ ।

ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖରେ ଜନତା ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେବେ ।

ସୂଚନାଯୋଗ୍ୟ, ଦୀର୍ଘ ୨୪ବର୍ଷ ଶାସନ ପରେ ଗଡ ହରେଇଛି ବିଜେଡି । ବହୁମତ ସହ ସରକାର ଗଢିବାକୁ ଯାଉଛି ବିଜେପି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ସହ ରାଜ୍ୟର ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । ମୋଟ ୧୪୭ ଆସନ ବିଶିଷ୍ଟ ଓଡିଶାର ବିଧାନସଭା ଆସନରୁ ବିଜେପି ୭୮ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ମାତ୍ର ୫୧ଟି ଆସନରେ ବିଜୟ ଲାଭ କରିଛି ।

nis-ad
Leave A Reply

Your email address will not be published.