‘ସବୁ ପାଇଁ ଦାୟୀ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’

ଭୁବନେଶ୍ବର: ‘ନବୀନଙ୍କ ପରାଜୟ ପାଇଁ ଦାୟୀ ନିଜେ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’, ଓଡିଶା ଗଡ ବିଜେପି ହାତକୁ ଗଲାପରେ କିଛି ଏମିତି କହି ନବୀନଙ୍କ ଉପରେ ବର୍ଷିଛନ୍ତି ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ।

ରାଜ୍ୟ ରାଜନୀତିରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ଯାହା ଦିନେ ସ୍ବପ୍ନ ଥିଲା ତାହା ଆଜି ବାସ୍ତବତାରେ ପରିଣତ ହୋଇଛି । ୨୪ ବର୍ଷର ଶାସକ ଦଳକୁ ଧରାଶାୟୀ କରିଦେଇଛି ବିଜେପି । ଓଡିଆ ଅସ୍ମିତା ଓ ତାମିଲ ବାବୁଙ୍କ ପ୍ରସଙ୍ଗ ନେଇ ଓଡିଶାବାସୀଙ୍କୁ ବେଶ୍ ଉସକେଇଥିଲା ବିଜେପି । ଆଉ ଶେଷରେ ୨୪ ବର୍ଷର ସରକାରଙ୍କୁ ଶୁଆଇ ଦେଲା । ତେବେ ବିଜେଡିର ଏ ବଡ ପରାଜୟ ପାଇଁ ଦାୟୀ କାଳେ ନୂଆ କରି ବିଜେଡି ନେତା କୁହାଉଥିବା ଭିକେ ପାଣ୍ଡିଆନ । ତାଙ୍କରି କାନ୍ଧରେ ବନ୍ଧୁକ ରଖି ନିଶାନା କରିଥିଲା ବିଜେପି । ଆଉ ଦଳ ସହିତ ପୂରା ଓଡିଶାବାସୀ ବି ସେହି ସମାନ କଥା କହୁଛନ୍ତି ଭିକେ ପାଣ୍ଡିଆନଙ୍କ ପାଇଁ ପରାଜୟର ସ୍ବାଦ ଚାଖିଲା ବିଜେଡି ।

ସେପଟେ କିନ୍ତୁ ଏହାକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ । ସେ କହିଛନ୍ତି, ଅନ୍ୟ ମୁଣ୍ଡରେ ଦୋଷ ଲଦି ଖସି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପର ମୁଣ୍ଡରେ ଦୋଷ ଦେଇ ନବୀନ ଖସି ପାରିବେନି ।ପାଣ୍ଡିଆନ କିଏ, ତାଙ୍କୁ ନିଯୁକ୍ତି କିଏ ଦେଇଥିଲା  ।ଜଣେ ସରକାରୀ ଚାକର ନେତାଙ୍କୁ ନଚାଇଲା, ନବୀନ ଜାଣିପାରିଲେନି? ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ । ଶକୁନି ଯୋଜନା କରିଥିଲେ ମଧ୍ୟ ତା ଠାରୁ ବେଶୀ ଠାରୁ ଦୁର୍ଯ୍ୟୋଧନ ବେଶୀ ଦାୟୀ, ନବୀନ ଖସି ପାରିବେନି ।

ଆହୁରି ମଧ୍ୟ ସେ କହିଛନ୍ତି ବିଜେପି ସରକାର ଶପଥ ନେଲା ପରେ ସବୁ ଦୁର୍ନୀତି ଉପରୁ ପରଦା ହଟିବ । ଏ ତଦନ୍ତର ଚେର ନବୀନ ନିବାସ ମଧ୍ୟ ଯାଇପାରେ । କେଡେ ବଡ ବଡ ନେତା ଜେ;ଲ୍ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ବି ଯାଇଛନ୍ତି । ସେମିତି ମୁଖ୍ୟମନ୍ତ୍ରୀ ନବୀନ  ଓ ପାଣ୍ଡିଆନଙ୍କ ପାଇଁ ମଧ୍ୟ କେଉଁ ଜେଲ୍ ଥାଇ ପାରେ । ତାହା ନିଶ୍ଚୟ ତଦନ୍ତ ହେବ ।

nis-ad
Leave A Reply

Your email address will not be published.