ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା, ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ପରିବାରବର୍ଗ

ମାଲକାନଗିରି : ମାଲକାନଗିରି କାଲିମେଳାରେ ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା। ଅପହରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗତକାଲି ଠାରୁ ନିଖୋଜ ନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ କାଲିମେଳା ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି କାଲିମେଳା ପୋଲିସ । ନିଖୋଜ ଡାକ୍ତର ଅମ୍ଳାନ କୁମାର ଭୋଇଙ୍କ କ୍ବାଟରକୁ ଯାଇ ତଦନ୍ତ କରିଛି ପୋଲିସ । ଘଟଣା ସ୍ଥଳରେ ଏକ ପୁରୁଣା ମୋବାଇଲ ଥିବା ବେଳେ ସିପିଆଇ ମାଓବାଦୀଙ୍କ ନାଁରେ ଏକ ପୋଷ୍ଟର ଡାକ୍ତରଙ୍କ କ୍ୱାଟରରୁ ଜବତ କରିଛି ।

ପୋଷ୍ଟରରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲ୍ଲେଖ ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି। ତେବେ ପୋଲିସ ପାରିପର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଡାକ୍ତରଙ୍କୁ ମାଓବାଦୀ ଅପହରଣ କରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଅପରପକ୍ଷରେ ଅପହୃତ ଡାକ୍ତରଙ୍କ ପରିବାରବର୍ଗ କନ୍ଧମାଳ ଜିଲ୍ଲାପାଳଙ୍କୁ ଫୁଲବାଣୀ ଠାରେ ଭେଟି ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମଧ୍ୟ ମାଲକାନଗିରି ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିବା ସହିତ ସମସ୍ତ ସହଯୋଗ କରିବେ ବୋଲି ଆଶ୍ବାସନା ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଟିକାବାଲି ସହର ଭୋଇ ସାହିର ଡାକ୍ତର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ୬ ମାସ ଧରି କାର୍ଯ୍ୟରତ ଥିଲେ ।

nis-ad
Leave A Reply

Your email address will not be published.