ଆସିକା ରେ ଟାଟା ପାୱାର ସାଦୁଛି ଦାଉ,ଲୋକେ ହନ୍ତସନ୍ତ….


ଆସିକା : ୨୦-୪ ଆସିକା ରେ ଅଘୋଷିତ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଟାଟା ପାୱାର ବିଦ୍ୟୁତ ବିତରଣ  ଦାଇତ୍ୱ ନେବା ପର ଠାରୁ  ବିଦ୍ୟୁତ ବିତରଣ  ବ୍ୟବସ୍ଥା  ସମ୍ପୁର୍ଣ୍ଣ ଅଵ୍ୟଵସ୍ଥା ହୋଇଛି। ଆସିକା ସହର ଓ ପାଖ ଗ୍ରାମରେ ବିଦ୍ୟୁତ ସେବା ମିଳିବା କଷ୍ଟ ହେଇଛି।  ନିରବିଛିନ୍ନ ବିଦ୍ୟୁତ ସେବା ବଦଳରେ ଘନ ଘନ ବିଦ୍ୟୁତ କାଟ କାରଣରୁ ଲୋକ ବର୍ତ୍ତମାନ ଅଧିକ କଷ୍ଟ ପାଉଛନ୍ତି ଆସିକା ରେ ବିଦ୍ୟୁତବିଭାଗ ର ଅଧିକ୍ଷଣ  ଯନ୍ତ୍ରୀ ଥାଇ ସୁଧା ବିଦ୍ୟୁତ ଯୋଗାଣ ରେ ଯେଉଁ ଭଳି ସମସ୍ୟା ରହୁଛି ସେଥି ପ୍ରତି କୌଣସି ଅଧିକାରୀ ଧ୍ୟାନ ଦେଉନାହାଁନ୍ତି। ଟାଟା ପାୱାର ବିତରଣ ଦାଇତ୍ୱ ନେବା ପରେ ଏଠି ପୂର୍ବରୁ କାର୍ଯ୍ୟ କରୁଥିବା ଯନ୍ତ୍ରୀ ଙ୍କ ଠାରୁ ଟାଟା  ରୁ ନିଯୁକ୍ତି ପାଇଥିବା ଯନ୍ତ୍ରୀ ଅଧିକ କ୍ଷମତା ଥିବା ଏବଂ କୌଣସି ପ୍ରକାର ଉପଭୋକ୍ତା ଙ୍କ ଅଭିଯୋଗ ନଶୁଣିବା ଏବେ ବିଦ୍ୟୁତ ଉପଭୋକ୍ତା ଙ୍କୁ ଅଧିକ କଷ୍ଟ ଦେଉଛି। ଆବଶ୍ୟକ ରହିଥିବା   ଭିତ୍ତିଭୂମି ସଜାଡ଼ିବା କାର୍ଯ୍ୟ ହେଉନାହିଁ। ବିଦ୍ୟୁତ ତାର ଉପରେ ଗଛ ଡାଳ ଲତା ମାଡି ରହିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଧ୍ୟାନ ଦେଉନାହିଁ । ରାତ୍ରୀ ସମୟରେ ଆଵଶ୍ୟକତା ଆସିଲେ କୌଣସି ପ୍ରକାର ସେବା  ବିଦ୍ୟୁତ ବିଭାଗର କର୍ମଚାରୀ ଙ୍କ ନିକଟରୁ ମିଳୁନାହିଁ । ଆସିକା  ଦୁଇ ନଦୀ ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ ସହିତ ଅନ୍ୟ ବ୍ୟବସ୍ତା ପାଇଁ ନିୟମିତ ଭାବେ  ବିଦ୍ୟୁତ ବିଭାଗ କର୍ମଚାରୀ କାର୍ଯ୍ୟ କରିବା ଆବଶ୍ୟକ ରହିଛି। ଗୋଟିଏ ପଟେ ମଧ୍ୟ ବଡୁଛି ତାତି ବାରମ୍ବାର କରେଣ୍ଟ କାଟ ଲୋକଙ୍କୁ ଅତିଷ୍ଟ କରୁଛି l ସୂଚନା ଥାଉକି ଏଠି କାର୍ଯ୍ୟରତ ଯନ୍ତ୍ରୀ ଙ୍କ ଅପାରଗତା କାରଣରୁ ବହୁ ସମୟରେ ଲୋକଙ୍କୁ କଷ୍ଟ ସହି ବାକୁ ପଡୁଛି l ଆସିକା ର ତାପମାତ୍ରା ଦିନରେ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଘନ ଘନ ବିଦ୍ୟୁତ କାଟ ଅସନ୍ତୋଷ ସୃଷ୍ଟି କରିଛି। ଆସିକା ସହର ମଧ୍ୟରେ ସବୁ ସାହିରେ ବହୁ ବର୍ଷ ପୂର୍ବେ ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟ କେଉଁଠି ବଙ୍କା ହୋଇ ରାସ୍ତା କୁ ଢଳି ରହିଛି ତ ଅନ୍ୟ କେଉଁଠି  ସମ୍ପୂର୍ଣ କଳଙ୍କି ଲାଗି ନଷ୍ଟ ହୋଇ ତାର ସାହାଯ୍ୟ ରେ ମାଟି ଉପରେ ରହିଛି। ବହୁ ସ୍ଥାନରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହି ଦୁର୍ଘଟଣା କୁ ଡାକୁଛି। ବାରମ୍ବାର ଲୋକ ଅଭିଯୋଗ କରିବା ସତ୍ୱେ ପ୍ରଶାସନ ଶୁଣିବାକୁ ନାରାଜ l ଆସିକା ରେ ଟାଟା ପାୱାର ଓ ଜନସ୍ୱାସ୍ଥ୍ୟ ବିଭାଗ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେଉଛି l

nis-ad
Leave A Reply

Your email address will not be published.