ଆସିକା ରେ ଉବୁଟୁବୁ ଗୋଷ୍ଠୀ କନ୍ଦଳ :ବିଜେଡ଼ି ସାଂସଦ ପ୍ରାର୍ଥନୀ ଙ୍କ ପ୍ରମିଳା ଓ ଗୋଦି ମିଡ଼ିଆ ଉପରେ ଭରସା….!


ବ୍ରହ୍ମପୁର: ଦୀର୍ଘ ବର୍ଷର ତପସ୍ୟା ପରେ ଆସିକା ସଂସଦୀୟ କ୍ଷେତ୍ରରେ ହରସାହୁ ଙ୍କ କନ୍ୟା ଙ୍କୁ ବିଜେଡ଼ି ଏମପି ଟିକେଟ ଦେଇଛି। ହେଲେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ପୋଲସରା, ଆସିକା ରେ ଶାସକ ଦଳ ଭିତରେ ଗୋଷ୍ଟି କନ୍ଦଳ ଏବେ ରଞ୍ଜିତା ଙ୍କୁ ଅଡୁଆ ରେ ପକେଇ ଥିବା ଆଲୋଚନା ହେଉଛି। ବିକଳ୍ପ ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ଗୋଦି ମିଡ଼ିଆ କୁ ଧରି ନିର୍ବାଚନ ବୈତରଣୀ ପାର ହେବାକୁ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିବା ଚର୍ଚ୍ଚା ହେଲାଣି। ଆସିକା ସଂସଦୀୟ କ୍ଷେତ୍ରରେ ଥିବା କେବଳ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ରଞ୍ଜିତା ସୁବିଧା ଜନକ ସ୍ଥିତିରେ ଥିବା ଆଲୋଚନା ହେଉଛି କାରଣ ଏଠାରେ ଖୋଦ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ୁଛନ୍ତି । ଆସିକା ସଂସଦୀୟ କ୍ଷେତ୍ରରେ ବିଜେଡ଼ି ପ୍ରାର୍ଥୀ ଘୋଷଣା ପରେ ହର ସାହୁଙ୍କ ଝିଅ ସୁବିଧା ଜନକ ସ୍ଥିତିରେ ଥିବା ବେଳେ ଏବେ ଅଡୁଆ ରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଏଥର ବିଜେଡ଼ି ର ଅଙ୍କ ଭୁଲ ପ୍ରମାଣିତ ହେବ ବୋଲି ରାଜନୈତିକ ପଣ୍ଡିତ ମାନେ ଅଙ୍କ କଷା ଆରମ୍ଭ କରିଛନ୍ତି। ବିଜେଡ଼ି ଦଳର ଆଶାୟୀ ମାନେ ଏବେ ବି କିଛି ନିର୍ବାଚନ ମଣ୍ଡଳୀ ରେ ପରିବର୍ତ୍ତନ ହେବ ବୋଲି ଆଶା ବାନ୍ଧି ବସିଛନ୍ତି। ଏଭଳି ପରିସ୍ଥିତି ଯୋଗୁଁ ବିଜେଡ଼ି ର ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ହରସାହୁ ଙ୍କ କିଛି ଅନୁଗତ ମାନେ ଗୋଦି ମିଡ଼ିଆ କୁ ହାତ ବାରିଶି କରି କେବଳ ମନକୁ ମନ ବୁଝାଉ ଥିବା

ଦେଖିବାକୁ ମିଳିଛି। ଏବେ ଆସିକା ସଂସଦୀୟ କ୍ଷେତ୍ରରେ ବିଜେପି ବିଜେଡ଼ି ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । ଜିଏବି ବାଜି ମାରିଲେ ମୋଦି ଝୋଲିକୁ ଯିବେ ହେଲେ ଏଥର କଂଗ୍ରେସ ପଛରେ ପଡ଼ିଯାଇଛି। ହର ସାହୁଙ୍କ ଯାଦୁ ଏଠାରେ କାମ ନକରି ପାରେ ହର ମଦ ଓ ଟଙ୍କାର ବର୍ଷା କରି ପାରନ୍ତି କିନ୍ତୁ ପୋଲସରା, ଖଲ୍ଲିକୋଟ ଏବଂ ଆସିକା ଭୋଟର ଙ୍କୁ ମନାଇବା ଏତେ ସହଜ ନୁହେଁ ବୋଲି ଚର୍ଚ୍ଚା ହେଲାଣି l ଆସିକା ସଂସଦୀୟ କ୍ଷେତ୍ର ରେ ହରଙ୍କ ଝିଅ ନୁହେଁ ଖୋଦ ହର ନିର୍ବାଚନ ଲଢ଼ୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା l ଏପଟେ ହର କିଛି ଗୋଦି ମିଡ଼ିଆ କୁ ହାତ ବାରିସୀ କରି ଚର୍ଚ୍ଚା ରେ ରହିବାକୁ ଚେଷ୍ଟା ଚଳାଇଛନ୍ତି l ବିଜେଡି ପ୍ରମିଳା ଙ୍କୁ ଟିକଟ ନଦେବାରୁ ତାଙ୍କ ମନ ଠିକ ନଥିବା ବେଳେ କିନ୍ତୁ ହର ପ୍ରମିଳାଙ୍କୁ ମାନସ ଭଞ୍ଜନ କରି ମହିଳା ଭୋଟ ହାତେଇବାକୁ ପ୍ରମିଳା ଙ୍କୁ ସାଥିରେ ନେଇ ନିର୍ବାଚନ ପ୍ରଚାର ରେ ବୁଲୁଥିବା ଦେଖିବାକୁ ମିଳୁଛି l ସେ ଯାହାବି ହେଉ କଳେ ବଳେ, କୌଶଳ ଅବଲମ୍ବନ କରିବେ ହର ଏବଂ କଂଗ୍ରେସ ଭୋଟ କୁ ଆପଣାଇ ବାକୁ ଚେଷ୍ଟା ଚାଲିଛି କିନ୍ତୁ ପୋଲସରା ଏବଂ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ସ୍ଥିତି ଅନୁକୂଳ ନାହିଁ ତେଣୁ ମୁଖ୍ୟତଃ ଆସିକା, ପୋଲସରା, ଓ ଖଲ୍ଲିକୋଟ ଅତି ସମ୍ବଧୀନ ନିର୍ବାଚନ ମଣ୍ଡଳୀ ଯେତେ ନିର୍ବାଚନ ପାଖେଇ ଆସିବ ଅରାଜକତା ନିଶ୍ଚୟ ବଢିବା ସମ୍ଭାବନା ଅଧିକ ତେଣୁ ପୋଲିସ ତୀକ୍ଷ୍ଣ ଦୃଷ୍ଟି ରଖିଛି ଏବଂ ପୋଲିସ ଗୋଇନ୍ଦା ବିଭାଗ କୁ ମଧ୍ୟ ଗଞ୍ଜାମ ଏସ. ପି ସଜାଗ ରହିବାକୁ ନିର୍ଦେଶ ଦେଇଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.