ସୁନ୍ଦରଗଡ – ୯/୪/୨୪ସୁନ୍ଦରଗଡର କଳା,ସଂସ୍କୃତି ଓ ଐତିହ୍ୟକୁ ସଦାସର୍ବଦା ଆଗକୁ ନେଉଥିବା “ନବଜୀବନ” ଅନୁଷ୍ଠାନ ଉପରୋକ୍ତ ବିନ୍ଦୁ ଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତି ବର୍ଷ ଆୟୋଜନ କରି ପ୍ରସିଦ୍ଧ ” ବସନ୍ତ ମହୋତ୍ସବ”। ନବଜୀବନର ପୂର୍ବତନ ସଭାପତି ତଥା ସୁନାମଧନ୍ୟ ନାଟ୍ୟକାର, ନିର୍ଦ୍ଦେଶକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଦ୍ବାରା ଆରମ୍ଭ ହୋଇଥିବା ସେହି କାର୍ଯ୍ୟକ୍ରମକୁ ତାଙ୍କ ବର୍ତ୍ତମାନରେ ଜାରି ରଖିଛି “ନବଜୀବନ”। ଏହି ପରିପ୍ରେକ୍ଷୀରେ ଗତ କାଲି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ଏହାର ପ୍ରସ୍ତୁତି ବୈଠକ। ଉକ୍ତ ସଭାରେ “ନବଜୀବନ” ସଭାପତି ପ୍ରଭାତ କୁମାର ଭୋଳ ସଭାପତିତ୍ବ କରି ସମସ୍ତଙ୍କ ମତାମତ ଲୋଡିଥିଲେ ତଥା ଏହାର ସୁପ୍ରବନ୍ଧନ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ବସନ୍ତ ମହୋତ୍ସବ ଆସନ୍ତା ଅପ୍ରେଲ ୨୬,୨୭ ଓ ୨୮ ତାରିଖରେ ସୁନ୍ଦରଗଡ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବାର ସୂଚନା ଶ୍ରୀ ଭୋଳ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ମହୋତ୍ସବରେ ଅପ୍ରେଲ ୨୬ ତାରିଖ ଦିନ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ରଚିତ କାଳଜୟୀ ଓଡ଼ିଆ ନାଟକ “ଚିଠି” ଡଃ.କୃଷ୍ଣଚନ୍ଦ୍ର ଦାଶଙ୍କ ନିର୍ଦ୍ଦେଶନାରେ ଅନୁଗୁଳର “କଳାକାର” ନାତ୍ୟଦଳ ଦ୍ବାରା ପ୍ରଦର୍ଶିତ ହେବ। ସେହିପରି ଅପ୍ରେଲ ୨୭ ତାରିଖରେ ଅଶୋକ ମିଶ୍ରଙ୍କ ମୂଳ ହିନ୍ଦୀ ରଚନା ଓ ଡଃ.କେଶରଞ୍ଜନ ପ୍ରଧାନଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଅନୁବାଦିତ ନାଟକ “ଗାନ୍ଧୀଛକ” ଲୋକନାଥ ସେଠଙ୍କ ନିର୍ଦ୍ଦେଶନାରେ ପଦ୍ମପୁରର “ଲୁ” ନାଟ୍ୟଦଳ ଦ୍ବାରା ପ୍ରଦର୍ଶିତ ହେବ। ଶେଷ ଦିନରେ ଅପ୍ରେଲ ୨୮ ତାରିଖରେ ଆଶିଷ କୁମାର ମେହେରଙ୍କ ରଚିତ ସମ୍ବଲପୁରୀ ନାଟକ “କେଡା” ସତ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରର ଶ୍ରୀ କଲଚରାଲ ଆସୋସିଏସନ୍ ନାଟ୍ୟଦଳ ଦ୍ବାରା ଅନୁଷ୍ଠିତ ହେବାର ସୂଚନା ଶ୍ରୀ ଭୋଳ ପ୍ରଦାନ କରୁଛନ୍ତି। ଏହି ବୈଠକରେ ଗତ ଅପ୍ରେଲ ୪ ତାରିଖରେ ଦାମନଯୋଡି ଠାରେ ଅନୁଷ୍ଠିତ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବରେ ନବଜୀବନ ପ୍ରଦର୍ଶିତ ନାଟକ “ଭୂମିସୂତା”ର ପ୍ରଶଂସା ସୁନ୍ଦରଗଡ ଯାଏଁ ପ୍ରତିଧ୍ଵନିତ ହୋଇଛି ବୋଲି ଉପସ୍ଥିତ ସଦସ୍ୟ ପ୍ରକାଶ କରିଥିଲେ ତଥା କଳାକାରମାନଙ୍କୁ ସାଧୁବାଦ୍ ଜଣାଇଥିଲେ। ପ୍ରକାଶ ଯୋଗ୍ୟ ଯେ ଏହି ମହୋତ୍ସବରେ ପ୍ରତିଦିନ ନାଟକ ପ୍ରଦର୍ଶନ ବ୍ୟତୀତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ବୈଠକରେ ସଭାପତି ପ୍ରଭାତ ଭୋଳଙ୍କ ସହିତ କଳାକାର ବୃନ୍ଦାବନ ମିଶ୍ର, ସିଦ୍ଧାନ୍ତ ପଣ୍ଡା, ସଚିନ ସାହୁ, ଠାକୁର,ମୋହନ ପୁରୋହିତ, ରାଜ କିଶୋର ମହାରଣା, ମନୋଜ ମହାରଣା, କୁମୁଦ ପଣ୍ଡା, ଗୁଣନିଧି ମହାନ୍ତି, ଅଜୟ ବେହେରା, ଦେବେନ ଅମାତ, ଅଶ୍ଵିନୀ ନାଏକ, ଲିଜାରାଣୀ ସାହୁ, ରୀତା ସାହୁ, ଲତିକା ପଟ୍ଟନାୟକ, ଲକ୍ଷ୍ମୀପ୍ରୀୟା ପତି, ଅଜୟ ବହିଦାର, ଶ୍ୟାମ ନନ୍ଦନ ସହାୟ ଓ ଆଶିଷ ଦେ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.