ଦେବଗଡ : ଗରମପାଣି ପଡି ଦେବଗଡ ଥାନା ରମ୍ଭେଇ ଗ୍ରାମ ପଂଚାୟତର ହକିସାହି ଗ୍ରାମର ଜଣେ ତିନି ବର୍ଷର ଶିଶୁକନ୍ୟା ଗୁରୁତର ହୋଇ ପଡିଥିବା ଜଣାପଡିଛି । ଅନୁଯାୟୀ ଶୁକ୍ରବାର ହକିସାହି ଗ୍ରାମର ଟିକେଶ୍ୱର ପୂର୍ତୀଙ୍କ ସ୍ତ୍ରୀ ଭାତ ପ୍ରସ୍ତୁତି ପାଇଁ ଚୁଲିରେ ଏକ ଡେକଚି ସାହାଯ୍ୟରେ ପାଣି ବସାଇଥିଲେ । ଏଥିସହ ୩ ବର୍ଷର ଶିଶୁକନ୍ୟା ସୁନାମୁନୀ ପୂର୍ତୀକୁ ଘରେ ଛାଡି ପାଣି ସଂଗ୍ରହ ପାଇଁ ଅନତି ଦୂରରେ ଥିବା ନଳକୂପକୁ ଯାଇଥିଲେ । ଏହି ସମୟରେ ଶିଶୁକନ୍ୟା ସୁନାମୁନୀ ଚୁଲିରେ ବସିଥିବା ପାଣି ଡେକଚିକୁ ହାତରେ ଧରି ଟାଣି ଦେବାରୁ ତାଙ୍କ ଉପରେ ଡେକଚି ସହ ଗରମ ପାଣି ପଡିଯାଇଥିଲା ।ଫଳରେ ସୁନାମୁନୀଙ୍କ ପେଟରୁ ତଳକୁ ଶରୀରର ବିଭିନ୍ନ ଅଂଶ ପୋଡିଯାଇ ପୋଟକା ହୋଇଯାଇଥିଲା ଓ ସୁନାମୁନୀ ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କ ମାଁ ଓ ଅନ୍ୟମାନେ ଧାଇଁ ଆସି ତାଙ୍କୁ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଥିଲେ ଓ ସେ ଏବେ ମଧ୍ୟ ସେଠାରେ ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସାଧିନ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.