୭ଜଣ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ

ଫୁଲବାଣୀ: ଓଡ଼ିଶା ସରକାରଙ୍କର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ ତରଫରୁ ଷ୍ଟାର୍ସ ପ୍ରୋଜେକ୍ଟ -୨୦୨୩-୨୪ ଅଧୀନରେ ୯ମ ରୁ ଦ୍ୱାଦଶ ଶ୍ରେଣୀର ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କୁ ଲାପ୍‌ଟପ୍ ଦେବା ବ୍ୟବସ୍ଥା ରହିଛି। ଏହି କ୍ରମରେ ଗତକାଲି ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଦ୍ୱାରା ଓସେପା ପଠାଇଥ‌ିବା ୭ ଗୋଟି ଲାପ୍‌ଟପ୍‌କୁ କନ୍ଧମାଳ ଜିଲ୍ଲାର ୭ଜଣ ସମ୍ପୂର୍ଣ୍ଣ ଦୃଷ୍ଟି ବାତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ କହିଲେ, ଭିନ୍ନକ୍ଷମତା ଓ ଆର୍ଥିକ ଅନାଟନ ପାଠ ପଢାରେ ଆଉ ବାଧକ ସାଜିବ ନାହିଁ କାରଣ ସରକାର ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସମୟରେ ଯୋଜନାମାନ କରୁଛନ୍ତି । ସେମାନଙ୍କ ପାଇଁ ସରକାରଙ୍କର ଏହି ସହାୟତା ଏବଂ ଉପଯୁକ୍ତ ପ୍ରେରଣା ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ପହଞ୍ଚାଇପାରିବ । ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁରଙ୍କ ସମେତ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅନ୍ୟ ଅଧିକାରୀ, ବ୍ଲକ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ, ଦୃଷ୍ଟିବାଧୃତ ଛାତ୍ରଛାତ୍ରୀ ଓ ଓ ସେମାନଙ୍କ ପିତାମାତା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.