ଫୁଲବାଣୀ : ଆଜିର ସମୟରେ ଫାଇଲେରିଆ ଏକ ମାରାତ୍ମକ ରୋଗ ହୋଇ ସମାଜରେ ମୁଣ୍ଡଟେକି ଥିବା ବେଳେ ସରକାର ଏହାର ନିରାକରଣ ପାଇଁ ତିନି ବର୍ଷ ହେଲା ନିରନ୍ତର ଚେଷ୍ଟା ଚଳାଇ ଆସୁଛନ୍ତି । ଏହା ମଶାବାହିତ ରୋଗ ଏବଂ ଏହା ମାଲେରିଆ ଠାରୁ ଆହୁରି ମାରାତ୍ମକ କୁହାଯାଏ । ଏହାକୁ ରୋକିବା ପାଇଁ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ଜରିଆରେ ଜିଲ୍ଲା ଜିଲ୍ଲାବ୍ୟାପି ମିଶନ ଭାବେ ଏମ୍.ଡି. କାର୍ଯ୍ୟକ୍ରମ ୧୦ ଫେବୃଆରୀ ଠାରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପର ଜିଲ୍ଲା ଅଧିକାରି କୁମୁଦ ଚନ୍ଦ୍ର ସାହୁ ଏହାର ସମ୍ପୂର୍ଣ୍ଣ ଦାୟୀତ୍ବ ନେଇଛନ୍ତି । ଏହି ପରପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବ୍ଲକରେ ସ୍ୱେଛାସେବି ମାନଙ୍କୁ ଚୟନ କରି ତାଲିମ୍ ଦେବା ସହିତ ଘରକୁ ଘର ବୁଲି ଓ ବିଭିନ୍ନ ସଭାସମିତି ରେ ଉପସ୍ଥିତ ରହି ପ୍ରାଏ ଦିନ ଆଗରୁ ସଚେତନତା ସୃଷ୍ଟି ନିମନ୍ତେ ପ୍ରୟାଶ କରାଯାଉଛି । ସେଥିମଧ୍ୟରୁ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଫୁଲବାଣୀ, ଟିକାବାଲୀ ଓ ଫିରିଙ୍ଗିଆ ଅଂଚଳ ସହିତ ଫୁଲବାଣୀ ମୁନିସିପାଲି ସିପାଲିଟିରେ ମୋଟ ୨୧ ଜଣ ସ୍ୱେଛାସେବୀଙ୍କୁ ନିଯୁକ୍ତି କରି ଏହି ଅଭିଯାନ ରେ ସାମିଲ ହେବା ସହ ପ୍ରତ୍ୟେକ ଗ୍ରାମାଂଚଳରେ ପରିଚାଳିତ ହେଉଥିବା ଅନ୍ୟାନ୍ୟ ପ୍ରକଳ୍ପର କର୍ମଚାରୀ ମାନଙ୍କୁ ମଧ୍ୟ ସଚେତନତା ପାଇଁ କାମରେ ନିୟୋଜିତ କରିଛନ୍ତି । ଆମ ଜିଲ୍ଲା, ବ୍ଲକ୍, ପଂଚାୟତ ଓ ଗ୍ରାମରୁ ଫାଇଲେରିଆ କୁ ହଟାଇବା ମୂକ୍ଷ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ କହିଛନ୍ତି । ସାମୁହିକ ଭାବେ କେବଳ ଗର୍ଭବତୀ ମହିଳା, ୦୨ ବର୍ଷରୁ କମ୍ ଶିଶୁ ଓ ଅତିଶୟ ରୋଗରେ ପିଡିତ ବ୍ୟକ୍ତିଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ବ୍ୟକ୍ତି ଡି.ଈ.ସି. ଓ କୃମିନାଶକ ବଟିକା ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଖାଇଲେ କ୍ୟୁଲେକ୍ସ ମଶା ଦ୍ବାରା ବ୍ୟାପୁଥିବା ଏହି ମାରାତ୍ମକ ରୋଗକୁ ଦୂର ହେବ ବୋଲି ସାଧାରଣରେ ବାର୍ତ୍ତା ଦିଆ ଯାଉଛି । ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମୀ ବିଶ୍ଵ ରଞ୍ଜନ କର ପାରିଚାଳନା କରୁଥିବା ବେଳେ ଆଲୋକ ସାମନ୍ତରାୟ, ମାନସ ରଞ୍ଜନ ପ୍ରଧାନ, କୁଷ ସାନଷେଠ, ବିନ୍ଧ୍ୟାରାଣୀ ପ୍ରଧାନ ଓ ଅନ୍ୟ କାର୍ଯ୍ୟକର୍ତା ମାନେ ପରିଚାଳନାରେ ସହଯୋଗ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post