ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ୩୭ ଟି ପଚାଂୟତରେ ଏହି ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ…

ଛତ୍ରପୁର : ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା । ରାଜ୍ୟରେ ବହୁ ପଚାଂୟତରେ ନାହିଁ ବ୍ୟାଙ୍କ ସେବା,ଯାହାଫଲରେ ପଚାଂୟତ ବାସୀ ଯେକୈାଣସି ବ୍ୟାଙ୍କ ସେବା ପାଇଁ ଦୁରଦୁରାନ୍ତର ଯିବାକୁ ପଡୁଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆମ ବ୍ୟାଙ୍କ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଅର୍ଥ ଓ ପଚାଂୟତ ରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ । ଯେଉଁ ପଚାଂୟତରେ ବ୍ୟାଙ୍କ ସୁବିଧା ନାହିଁ ସିଏସପି ପ୍ଲସ ଆଉଟଲେଟ ମାଧ୍ୟମରେ ୧୫ ଗୋଟି ବ୍ୟାଙ୍କିଙ୍ଗ ସୁବିଧା ମିଳିବ । ବୃଦ୍ଧ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ଲୋକଙ୍କ ପାଇଁ ଡୋରଷ୍ଟେପ ସେବା ମିଳିବ । ରାଜ୍ୟରେ ୬୭୯୮ ପଚାଂୟତରୁ ୬୫ ପ୍ରତିଶତ ହିସାବରେ ୪୩୭୩ ପଚାଂୟତରେ ବ୍ୟାଙ୍କ ସୁବିଧା ନାହିଁ । ଏହାକୁ ଦୃଷ୍ଟିରେ ରଖି ଆମ ବ୍ୟାଙ୍କ ସେବା ଶୁଭାରମ୍ଭ ହୋଇଛି । ରାଜ୍ୟରେ ପ୍ରଥମ ପ୍ରର୍ଯ୍ୟୟରେ ୭୫୦ଟି ଆମ ବ୍ୟାଙ୍କ ସେବା ଶୁଭାରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ୨୨ଟି ବ୍ଲକରେ ୩୭ ଟି ପଚାଂୟତରେ ଏହି ସେବାର ଶୁଭାରମ୍ଭ ହୋଇଛି । ଛତ୍ରପୁର ବ୍ଲକର ବଉଳଗାଁ,ବଡମାଧପୁର ଓ ପୋଡାପଦର ପଚାଂୟତରେ ଆମ ବ୍ୟାଙ୍କ ସେବା ଆରମ୍ଭ ହୋଇଛି । ବଉଳଗାଁ ପଚାଂୟତ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ବିଡ଼ିଓ ସୁଶାନ୍ତ ବରାଳ,ଓ ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସେବା ଦ୍ୱାରା ବିଶେଷକରି ମିଶନଶକ୍ତି ମହିଳାମାନେ ବହୁ ଉପକୃତ ହେବେ ।

nis-ad
Leave A Reply

Your email address will not be published.