ସ୍ୱଚ୍ଛ ତଥା ସବୁଜ ପଶ୍ଚିମ ଓଡିଶା ବାର୍ତା ନେଇ ମହେନ୍ଦ୍ରଙ୍କ ସାଇକେଲ ଯାତ୍ରା ସମ୍ପନ୍ନ…

ଦେବଗଡ଼,୨୮ା୧୧:ସ୍ୱଚ୍ଛ ତଥା ସବୁଜ ପଶ୍ଚିମ ଓଡିଶା ବାର୍ତା ନେଇ ସମ୍ବଲପୁର ସ୍ଥିତ ‘ପ୍ରୟାସ’ ପରିବାରର ସଦସ୍ୟ ମହେନ୍ଦ୍ର ବଗର୍ତୀ ଗତ ୨୦ ତାରିଖ ଦିନ ସାଇକେଲ ଯୋଗେ ପଂଚିମ ଓଡିଶା ପରିକ୍ରମା ଆରମ୍ଭ କରିଥିବା ବେଳେ ଏହା ମଙ୍ଗଳବାର ଦେବଗଡରେ ଶେଷ ହୋଇଛି । ଏହି ଯାତ୍ରାର ଅନ୍ତିମ ସଂଧ୍ୟାରେ ଶ୍ରୀ ବଗର୍ତୀ ଆଜି ଦେବଗଡ ସହରରେ ପହଂଚିବା ପରେ ସହରର ବହୁ ଜନସାଧାରଣ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହ ପରିବେଶର ସୁରକ୍ଷା ନେଇ ଶ୍ରୀବର୍ଗୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀ ବଗର୍ତୀ ଗତ ୨୦ ତାରିଖ ଦିନ ସ୍ୱଚ୍ଛ ତଥା ସବୁଜ ପଶ୍ଚିମ ଓଡିଶା ବାର୍ତା ନେଇ ସମ୍ବଲପୁର ସ୍ଥିତ ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଏହି ସାଇକେଲ ଯାତ୍ରା ଆରମ୍ଭ କରି ପଶ୍ଚିମ ଓଡିଶାର ବୌଦ୍ଧ, ସୋନପୁର, ବଲାଙ୍ଗିର , କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ବିଭିନ୍ନ ଅଂଚଳ ପରିକ୍ରମା କରିବା ସହ ପ୍ଲାଷ୍ଟିକ ବ୍ୟବହାର ନକରିବା, ବୃକ୍ଷଛେଦନ ନକରିବା ଓ ପରିବେଶକୁ ସ୍ୱଚ୍ଛ ତଥା ସୁସ୍ଥ ରଖିବା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପରେ ଆଜି ଦେବଗଡ ସହରରେ ପହଂଚି ଉପରୋକ୍ତ ପ୍ରସଙ୍ଗରେ ଲୋକ ମାନଙ୍କୁ ସଚେତନ କରିଥିଲେ । ଆଜି ଏଠାରେ ଉକ୍ତ ଯାତ୍ରା ଶେଷ ହୋଇଥିବା ବେଳେ ବୁଧବାର ସକାଳେ ସେ ସମ୍ବଲପୁର ଫେରିଯିବେ ବୋଲି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.