ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର…


ଦେବଗଡ଼,୨୮ା୧୧:ଦେବଗଡ ପୌରାଂଚଳ ରଜାମୁଣ୍ଡା ନୁଆଁସାହିରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି । ସୂଚନା ଅନୁଯାୟୀ ଏକ ବିରାଟ ଅଜଗର ସାପ ରଜାମୁଣ୍ଡା ନୁଆଁସାହି ଅଂଚଳରେ ରାସ୍ତା କଡରେ ଥିବା ଦେଖି ସ୍ଥାନୀୟ ଲୋକେ ଦେବଗଡ ବନ ବିଭାଗକୁ ସୂଚନା ଦେବାସହ ସାପ ଧରାଳୀଙ୍କୁ ମଧ୍ୟ ଡକାଇଥିଲେ । ଦେବଗଡ ସହରର ସାପ ଧରାଳୀ ପୃଥ୍ୱୀରାଜ ମେହେର ଘଟଣା ସ୍ଥଳରେ ପହଂଚି ଉକ୍ତ ୮ ଫୁଟ ଲମ୍ବର ଅଜଗର ସପାଟିକୁ ଏକ ବୁଦା ମୂଳରୁ ଉଦ୍ଧାର କରିଥିଲେ । କିଛି ସମୟପରେ ଦେବଗଡ ଫରେଷ୍ଟର ଭୀମସେନ ଶତପଥି ବିଭାଗୀୟ କର୍ମଚାରୀଙ୍କ ସହିତ ପହଂଚିବା ପରେ ସାପ ଧରାଳୀ ଶ୍ରୀ ମେହେର ଏହାକୁ ଫରେଷ୍ଟର ଶ୍ରୀ ଶତପଥିଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ଅଜଗର ସାପଟିକୁ ସହରଠାରୁ ଦୂରରେ ଥିବା ଘଂଚ ଜଙ୍ଗଲ ମଧ୍ୟରେ ଛାଡି ଦିଆଯାଇଥିଲା । ସାପଟିକୁ ଦେଖିବା ପାଇଁ ବହୁ ଜନସାଧାରଣଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.