ରାଜନଗରରେ ନାମ ସଂକୀର୍ତ୍ତନକୁ କାର୍ତ୍ତିକଶ୍ବର ପୂଜା ଆଧ୍ୟାତ୍ମିକ ଭକ୍ତି ଭାବକୁ ଵୃଦ୍ଧି କରୁଛି

ରାଜନଗର : ଉପକୂଳ ଓଡିଶାର ନୌବାଣିଜ୍ୟର ସ୍ମାରକୀ ରୂପେ ପାଳିତ ହୋଇ ଆସୁଅଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ପରମ୍ପରା ସହ ଧାର୍ମିକ ଓ ସାଂସ୍କୃତିକ ଭାବଧାରା ଏ ଅଞ୍ଚଳର ସ୍ବତନ୍ତ୍ରତା ବହନ କରିଥାଏ। ଗାଁ ଗାଁ ରେ ହରିନାମ ସଂକୀର୍ତ୍ତନ ସହିତ ହରିହାଟ ଉତ୍ସବ ଓ କାର୍ତ୍ତିକେଶ୍ବର ପୂଜାର ଆସର ମଧ୍ୟ ଦେଖିବାକୁ ମିଳେ। ବ୍ରାହ୍ମ ମୁହୂର୍ତ୍ତରୁ ଡଙ୍ଗୀଭସାଣ ସାରି ପ୍ରତି ଚଉଁରାମୂଳେ ହରେକ ରଙ୍ଗର ମୁରୁଜ ସଜା ସହ ମା ବୃନ୍ଦାବତୀଙ୍କ ପୂଜା ଓ ଗ୍ରାମଦେବତୀଙ୍କ ପୂଜାରେ ମହିଳାମାନେ ଆନନ୍ଦ ମନାଉଥିବା ବେଳେ ସାହି ବସ୍ତିମାନଙ୍କରେ ସଂକୀର୍ତ୍ତନ ମଣ୍ଡପର ସାଜସଜ୍ଜା ଓ ବିଭିନ୍ନ କ୍ଲବ୍ ବା ଯୁବକସଙ୍ଘ ଦ୍ବାରା ଆୟୋଜିତ କାର୍ତ୍ତିକେଶ୍ବର ପୂଜା ଆମ ରାଜନଗର ଅଞ୍ଚଳର ଗୌରବ ବହନ କରିଥାଏ। ଚଳିତ ବର୍ଷ ଏ ଉତ୍ସବର ମାହୋଲ୍ ଆହୁରି ଅଧିକ ଆକର୍ଷଣୀୟ ହୋଇଉଠିଛି। ରାଜନଗର ଦଧିବାମନଜୀଉ ମନ୍ଦିର,ଶିବ ମନ୍ଦିର ଓ ତାରିଣୀ ମନ୍ଦିରରେ ଭୋରରୁ ଭକ୍ତମାନଙ୍କର ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା। ରାଜନଗର ଗଳିଦାଣ୍ଡର ମା ବୁଢୀମଙ୍ଗଳାଙ୍କ ପୀଠରେ ତ୍ରିଦିନାତ୍ମକ ହରିବଂଶ ପାରାୟଣ ଓ ଅଷ୍ଟପ୍ରହରୀ ସଂକୀର୍ତ୍ତନ ମଣ୍ଡପରେ ସୁମଧୁର ନାମ ସଂକୀର୍ତ୍ତନ ମଧ୍ଯ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସ୍ଥାନୀୟ ତରୁଣ ଯୁବଗୋଷ୍ଠୀକୁ ନେଇ ଗଠିତ କ୍ରିଷ୍ଣା……..କ୍ଲବ୍ ଓ ଲାୟନସ କ୍ଲବର କାର୍ତ୍ତିକେଶ୍ବର ପୂଜା ଉତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଥିବା ବେଳେ ବଡଦାଣ୍ଡ ସପନେଶ୍ବର ପୂଜା କମିଟି ତରଫରୁ ଚୌପ୍ରହର ନାମଯଜ୍ଞ ଓ ହରିହାଟ ମହୋତ୍ସବ ଅତି ଧୂମଧାମ୍ ରେ ପାଳିତ ହୋଇଯାଇଛି। ଏଥି ସହିତ ବଟେଶ୍ବରୀ ଯୁବକସଙ୍ଘ, ମାଛ ମାର୍କେଟ,ହରିଜନ ପଡାମାନଙ୍କରେ ମଧ୍ଯ କାର୍ତ୍ତିକେଶ୍ବର ପୂଜା ଅନୁଷ୍ଠିତ ହୋଇଅଛି।

nis-ad
Leave A Reply

Your email address will not be published.