ପୋଖରୀ ପାଣିରେ ବୁଡି ବୃଦ୍ଧା ମୃତ…

ହିଞ୍ଜିଳିକାଟୁ : ମଙ୍ଗଳବାର ଭୋରରେ ହିଞ୍ଜିଳି ଥାନା ଆଡପଡା ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକା ଜଣଙ୍କ ହେଲେ ଆଡପଡା ଗ୍ରାମର ପଙ୍କଜ ପ୍ରଧାନ (୫୩) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଏଏସଆଇ ତଥା ତଦନ୍ତକାରୀ ଅଧିକାରୀ ମନୋଜ ସେନାପତିଙ୍କ ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ମଙ୍ଗଳବାର ଭୋରରୁ ବୃଦ୍ଧା ଜଣଙ୍କ ଗାଧୋଇବା ପାଇଁ ମେଡିକାଲ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ପାଣି ଭିତରେ ବୁଡି ଯାଇଥିଲେ। ବୃଦ୍ଧା ଜଣଙ୍କ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ପୋଖରୀ ନିକଟକୁ ଆସି ଦେଖିବା ବେଳକୁ ପୋଖରୀ ପାଣିରେ ବୃଦ୍ଧା ଜଣଙ୍କ ଭାସୁଥିଲେ । ସମ୍ପର୍କୀୟା ଲୋକେ ତାଙ୍କୁ ଉଦ୍ଧାର କରି ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ବୃଦ୍ଧାଙ୍କ ମୃତ ଘୋଷଣା କରିଥିଲେ।‌

nis-ad
Leave A Reply

Your email address will not be published.