ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗରୁ ବାହାରିଲେ ସମସ୍ତ ୪୧ ଶ୍ରମିକ

Labour__1701182748

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦେଶବାସୀଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ୍ । ଭଗବାନ ଓ ବିଜ୍ଞାନର କରାମତିରେ ଜିତିପାରିଛି ଜୀବନ । ଶେଷରେ ଅନ୍ଧାର ଗମ୍ଭୀରା ଟନେଲ ଭିତରୁ ବାହାରିଛନ୍ତି ଶ୍ରମିକମାନେ । ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଏବେ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ ।

ଶ୍ରମିକମାନେ ଏତେଦିନ ପରେ ସୂର୍ଯ୍ୟ ଆଲୋକ ଟିକିଏ ଦେଖିଛନ୍ତି । ଯାହାକୁ ଦେଖିବା ପାଇଁ ଏତେ ଦିନ ଧରି କରୁଥିଲେ ସଂଘର୍ଷ । ବାହାରକୁ ଆସିବା ପାଇଁ ଦିନ ଗଣୁଥିଲେ । ଶେଷରେ ଏବେ ସଫଳତା ପୂର୍ବକ ଟନେଲ ବାହାରକୁ ବାହାରି ଏକ ନୂଆ ଜୀବନ ପାଇଛନ୍ତି । କାହାର ପରିବାର ଲୋକେ ଟନେଲ ବାହାରେ ଅପେକ୍ଷା କରିଥିଲେ ତ ଆଉ କିଏ ନିଜ ଘରେ ରହି ଠାକୁରଙ୍କୁ ଡାକୁଥିଲେ । ଏହି କ୍ଷଣକୁ ଅପେକ୍ଷା କରି ରହିଥିବାଳେ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତେବେ କୁହାଯାଏ ପରିଶ୍ରମର ଫଳ କେବେ ବୃଥା ଯାଏନା ତାର ଜ୍ୱଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି । ଯାହା ୪୧ ଜଣ ନୂଆ ଜୀବନ ପାଇଛନ୍ତି । ଏଥିରେ ରହିଛନ୍ତି ଓଡ଼ିଶାର ୫ ଜଣ ଶ୍ରମିକ ।

ଏହି କିଛି ଦିନର ସଂଘର୍ଷରେ ଏପରି ସଫଳତା ପୂର୍ବକ ଶ୍ରମିକମାନେ ଉଦ୍ଧାର ହେବେ ତାହା କାହାରିକୁ ଜଣା ନଥିଲା । ହେଲେ ଏହି ଅସମ୍ଭବ କାମ ସମ୍ଭବ ହୋଇପାରିଛି । ଶ୍ରମିକ ମାନେ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି । ତେବେ ପ୍ରତ୍ୟେକ ଦିନ ଉଦ୍ଧାର ପାଇଁ ଡ୍ରିଲିଂ କାର୍ଯ୍ୟ ଚାଲୁଥିବା ବେଳେ ଖାଦ୍ୟ, ପାନୀୟ ଠାରୁ ବ୍ୟବସ୍ଥା କରାଯାଇଥିଲା ।

ତେବେ ସରକାର ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସବୁ ହସପିଟାଲକୁ ହାଇଆଲର୍ଟରେ ରଖିଛନ୍ତି । ଏମାନଙ୍କ ଚିକିତ୍ସାରେ ସ୍ୱତନ୍ତ୍ର ଧ୍ୟାନ ରଖାଯିବ । ଟନେଲର କିଛି ଦୂରରେ ଏକ ହସପିଟାଲ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଖରାପ ହୁଏ, ତେବେ ସେମାନଙ୍କୁ ଏମ୍ସ ରିଷିକେଶ ସ୍ଥାନାନ୍ତର କରାଯିବ । ଏଥିପାଇଁ ଏୟାର ଆମ୍ବୁଲାନ୍ସ ମଧ୍ୟ ଆଲର୍ଟରେ ରହିଛି ।

ଖବର ମୁତାବକ, ନଭେମ୍ବରର ୧୨ ତାରିଖରେ ଟନେଲ ଅଘଟଣ ଘଟିଥିଲା। ଉତ୍ତରକାଶୀ ଟନେଲର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଭିତରେ ଥିବା ୪୧ ଜଣ ଶ୍ରମିକ ଫସି ଯାଇଥିଲେ । ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିଲା ଟନେଲ । ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ । ଆଉ ଏହି କାର୍ଯ୍ୟରେ ନିୟାଜିତ ହୋଇଥିଲେ ଶ୍ରମିକମାନେ । ଏମାନେ କାମ କରୁଥିବା ସମୟରେ ହଠାତ୍ ଏପରି ଅଘଟଣ ଘଟିଥିଲା ଯାଇଥିଲେ। ଯାହା ଫଳରେ ସେହି ଟନେଲ ଭିତରେ ଫସି ଯାଇଥିଲେ ଶ୍ରମିକ । ଆଉ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦିନ ରାତି ପ୍ରାଣପଣେ ଉଦ୍ୟମ ଜାରି ରଖିଥିଲେ ଉଦ୍ଧାର କାରୀ ଟିମ୍ ଏବଂ ସରକାର।

ଫଳରେ ଏହି ରେସ୍କ୍ୟୁ ଅପରେସନ ସଫଳତା ହାସଲ କରିବା ସହ ଶ୍ରମିକମାନଙ୍କ ଜୀବନ ବଞ୍ଚି ପାରିଛି। ସାରା ଦେଶ ଚାହିଁ ରହିଥିଲେ ଏହି କ୍ଷଣକୁ । ନଜର ରହିଥିଲା ଉଦ୍ଧାରକାରୀ ଟିମ୍ ଉପରେ । ଶେଷରେ ସେମାନଙ୍କ ପରିଶ୍ରମ ସଫଳ ହୋଇଛି । ଶ୍ରମିକମାନେ ମୁକ୍ତି ପାଇଛନ୍ତି । ଏହି ଖୁସି ଖବର ମିଳିବା ପରେ ଚାରିଆଡ଼େ ଆନନ୍ଦର ଲହରି ଖେଳି ଯାଇଛି । ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛନ୍ତି ଦେଶବାସୀ । କୃତଜ୍ଞତା ଜଣାଉଛନ୍ତି ଉଦ୍ଧାରକାରୀ ଦଳକୁ ।

nis-ad
Leave A Reply

Your email address will not be published.