ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧ ରୁ ସମୁଦ୍ର ଯିବାକୁ ମନା

Cyclone-Mandous

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓଡିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛି। ଏସଆରସି କହିବା ଅନୁସାରେ ବାତ୍ୟା ମିଚାଉଙ୍ଗ୍‌ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୩୦ ନଭେମ୍ବରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏହା ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରି ବାତ୍ୟାର ରୂପ ନେଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ଆସନ୍ତା ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ। ଡିସେମ୍ବର ୧ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବା ସହ ସମୂଦ୍ରରେ ଥିଲେ କୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

ପହିଲା ଡିସେମ୍ବରରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ସର୍ବାଧିକ ୬୦ କିଲୋମିଟର ଘଣ୍ଟା ପ୍ରତି ରହିବ। ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ ୫୦ରୁ ୬୦ ସର୍ବାଧିକ ୭୦ କିଲୋମିଟର ଘଣ୍ଟା ପ୍ରତି ରହିବ। ତେଣୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ମଧ୍ୟକୁ ଯିବାକୁ ବାରଣ ହୋଇଛି। ଆଇଏମଡି ଦ୍ୱାରା ଜାରି କରାଯାଇଥିବା ଟ୍ରପିକାଲ୍ ପାଣିପାଗ ଆଉଟଲୁକ୍ ଅନୁଯାୟୀ ଆସନ୍ତା ୨ ରେ ବାତ୍ୟା ସୃଷ୍ଟି ହେବା ପରେ ଆହୁରି ଘନୀଭୂତ ହୋଇପାରେ। ୬ ତାରିଖବେଳକୁ ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ।

nis-ad
Leave A Reply

Your email address will not be published.