ଝାରପଡା ଜେଲ୍ ରେ ବିଚାରଧୀନ କଏଦୀର ମୃତ୍ୟୁ

Jharpada-750x430-1

ଭୁବନେଶ୍ୱର: ଆଜି (ମଙ୍ଗଳବାର) ଭୁବନେଶ୍ୱରର ଝାରପଡା ସ୍ପେଶାଲ ଜେଲରେ ଜଣେ ବିଚରାଧୀନ କଏଦୀଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ ସୁକାନ୍ତ ଭୋଇ ବୋଲି ଜଣାପଡିଛି ।

ମିଳିଥିବା ଖବର ଅନୁସାରେ, ଯୌତୁକ ନିର୍ଜାତନା ଓ ହତ୍ୟାମାମଲାରେ ସୁକାନ୍ତ ଭୋଇ ଦୀର୍ଘଦିନ ହେବ ଝାରପଡା ଜେଲରେ ବିଚାରଧୀନ ଥିଲେ । ତେବେ ଗତ କିଛି ଦିନ ହେବ ସୁକାନ୍ତ ଭୋଇ କୌଣସି ଏକ ରୋଗରେ ପୀଡିତ ହୋଇଥିବାବେଳେ, ତାଙ୍କର ଚିକିତ୍ସା ଚାଲିଥିଲା ।

ତେବେ ଆଜି ସୁକାନ୍ତଙ୍କ ମୃତ୍ୟୁ ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ରିପୋର୍ଟ ଆସିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ।

nis-ad
Leave A Reply

Your email address will not be published.